Masthead

ପୂରଣ ହେବ ଦାବି, ଧାରଣାରୁ ଓହରିଲେ କର୍ପୋରେଟର

କଟକ(ବଡ଼ ଖବର ବ୍ୟୁରୋ): ଧାରଣାରୁ ଉଠିଲେ ଆନ୍ଦୋଳନରତ କର୍ପୋରେଟର । କଟକ ମହା ନଗର ନିଗମ କାର୍ୟ୍ୟାଳୟ ସମ୍ମୁଖରେ ଅହ ରାତ୍ର ଧାରଣାରେ ବସିଥିବା ବିରୋଧୀ ଦଳର କର୍ପୋରେଟର ମାନେ ଧାରଣାରୁ ଉଠିଛନ୍ତି। ଆଜି ସି ଏମ ସି କମିଶନର ନିଖିଲ ପୱନ୍ କଲ୍ୟାଣ ଧାରଣାରେ ବସିଥିବା କର୍ପୋରେଟର ମାନଙ୍କୁ ଆସି ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ। ଏହା ପରେ କର୍ପୋରେଟର ମାନେ ଅନୁରୋଧ ରକ୍ଷା କରି କମିଶନର ଙ୍କ ସହ ଆଲୋଚନା କରିଥିଲେ ଓ ଯେଉଁ ଚାରି ଦଫା ଦାବି ରଖିଥିଲେ ତାହା କୁ ପୁନର୍ବାର ଦୋହରାଇ ଥିଲେ। ଶେଷରେ ଦୁଇ ପାଖିଆ ଆଲୋଚନା ସଫଳ ହୋଇଥିଲା। ସମସ୍ତ ଦାବି ଗୁଡ଼ିକୁ ମାନିଥିଲେ କମିଶନର । ବିଶେଷ କରି ଯେଉଁ ନିର୍ବାହୀ ଯନ୍ତ୍ରୀ ଡି ଆର ତ୍ରିପାଠୀ ଙ୍କ କଥା ପାଇଁ ଅଧିକ ତୁମ୍ବି ତୁଫାନ ଚାଲିଥିଲା ତାଙ୍କୁ ତୁରନ୍ତ ବଦଳି କରିବା ଲାଗି ରାଜ୍ୟ ନଗର ଉନ୍ନୟନ ସଚିବ ଙ୍କୁ ଲିଖିତ ଭାବେ ଜଣାଇବା ସହ ତୁରନ୍ତ ବଦଳି କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଛନ୍ତି ବିରୋଧୀ ଦଳର କର୍ପୋରେଟର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ