Masthead

ପୂରଣ ହେବ ଦାବି, ଧାରଣାରୁ ଓହରିଲେ କର୍ପୋରେଟର

କଟକ(ବଡ଼ ଖବର ବ୍ୟୁରୋ): ଧାରଣାରୁ ଉଠିଲେ ଆନ୍ଦୋଳନରତ କର୍ପୋରେଟର । କଟକ ମହା ନଗର ନିଗମ କାର୍ୟ୍ୟାଳୟ ସମ୍ମୁଖରେ ଅହ ରାତ୍ର ଧାରଣାରେ ବସିଥିବା ବିରୋଧୀ ଦଳର କର୍ପୋରେଟର ମାନେ ଧାରଣାରୁ ଉଠିଛନ୍ତି। ଆଜି ସି ଏମ ସି କମିଶନର ନିଖିଲ ପୱନ୍ କଲ୍ୟାଣ ଧାରଣାରେ ବସିଥିବା କର୍ପୋରେଟର ମାନଙ୍କୁ ଆସି ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ। ଏହା ପରେ କର୍ପୋରେଟର ମାନେ ଅନୁରୋଧ ରକ୍ଷା କରି କମିଶନର ଙ୍କ ସହ ଆଲୋଚନା କରିଥିଲେ ଓ ଯେଉଁ ଚାରି ଦଫା ଦାବି ରଖିଥିଲେ ତାହା କୁ ପୁନର୍ବାର ଦୋହରାଇ ଥିଲେ। ଶେଷରେ ଦୁଇ ପାଖିଆ ଆଲୋଚନା ସଫଳ ହୋଇଥିଲା। ସମସ୍ତ ଦାବି ଗୁଡ଼ିକୁ ମାନିଥିଲେ କମିଶନର । ବିଶେଷ କରି ଯେଉଁ ନିର୍ବାହୀ ଯନ୍ତ୍ରୀ ଡି ଆର ତ୍ରିପାଠୀ ଙ୍କ କଥା ପାଇଁ ଅଧିକ ତୁମ୍ବି ତୁଫାନ ଚାଲିଥିଲା ତାଙ୍କୁ ତୁରନ୍ତ ବଦଳି କରିବା ଲାଗି ରାଜ୍ୟ ନଗର ଉନ୍ନୟନ ସଚିବ ଙ୍କୁ ଲିଖିତ ଭାବେ ଜଣାଇବା ସହ ତୁରନ୍ତ ବଦଳି କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଛନ୍ତି ବିରୋଧୀ ଦଳର କର୍ପୋରେଟର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି