Masthead

‘ୟାଶ୍’ ପାଇଁ ସତର୍କ କରିବାକୁ ଟେଲିକମ ବିଭାଗ ପଠାଇଛି ୬କୋଟି ମେସେଜ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ‘ୟାଶ’ ପ୍ରଭାବରେ ଅଧିକ ପ୍ରଭାବିତ ହୋଇନି ଟେଲିଯୋଗାଯୋଗ ସେବା । ଏନେଇ ବୁଧବାର ସୂଚନା ଦେଇଛି ଟେଲିକମ୍ ବିଭାଗ । ସେହିପରି ସାମୁଦ୍ରିକ ବାତ୍ୟା ବିଷୟରେ ସଚେତନ କରାଇବାକୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଲୋକଙ୍କୁ ଆଞ୍ଚଳିକ ଭାଷାରେ ମୋଟ ୬କୋଟି ମେସେଜ ପଠାଇଥିଲା ଟେଲିକମ୍ ବିଭାଗ । ଟେଲିକମ୍ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମେ ୨୪ ଓ ୨୫ ତାରିଖରେ ‘ଡିଓଟି’ ଏବଂ ‘ସିଡିଓଟି’ର କମନ ଆଲର୍ଟ ପ୍ରୋଟକଲକୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ବ୍ୟାପକ ବ୍ୟବହାର କରିଥିଲେ ।

ସ୍ଥାନୀୟ ଅଧିବାସୀଙ୍କୁ ସତର୍କ କରାଇବା ପାଇଁ ଆଞ୍ଚଳିକ ଭାଷାରେ ଓଡ଼ିଶାକୁ ୨.୪୩କୋଟି, ପଶ୍ଚିମବଙ୍ଗକୁ ୩.୮୭କୋଟି ଓ ଆନ୍ଧ୍ରପ୍ରଦେଶକୁ ୩୬.୪ଲକ୍ଷ ମେସେଜେ ପଠାଇଥିଲେ । ସେହିପରି ପ୍ରଥମ ଥର ଲୋକଙ୍କୁ ‘ଭଏସ୍ ଆଲର୍ଟ’ ମଧ୍ୟ ପଠାଯାଇଥିବା କହିଛନ୍ତି ଟେଲିକମ୍ ସଚିବ ଅଂଶୁ ପ୍ରକାଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ