Masthead

ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଡାକ୍ତର

ତେଲକୋଇ (ବଡ଼ ଖବର ବ୍ୟୁରୋ): ବିଏସସି ନର୍ସିଂ କୋର୍ସର ଫିଟନେସ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଉଛନ୍ତି ଆୟୁଷ ଡାକ୍ତର । ଷ୍ଟିଙ୍ଗ ଅପରେସନରେ ଧରାପଡିଲା ସତ । ବିଏସସି ନର୍ସିଂ କୋର୍ସ ପାଠ ପଢିବା ପାଇଁ ଡାକ୍ତରଙ୍କ ଠାରୁ ଫିଟନେସ ସାର୍ଟିଫିକେଟ ର ଆବଶ୍ୟକତା ରହିଥିବାବେଳେ ଏହାର ଲାଭ ଉଠାଉଛନ୍ତି କିଛି ଲାଞ୍ଚ ଖୋର ଡାକ୍ତର ।ଫିଟନେସ ସାର୍ଟିଫିକେଟ ପାଇଁ ଯାଉଥିବା ଛାତ୍ରୀମାନଙ୍କ ଠାରୁ ଲାଞ୍ଚ ନେଉଛନ୍ତି । ଷ୍ଟିଙ୍ଗ ଅପରେସନରେ ଧରାପଡିଛି ଲାଞ୍ଚ ନେଉଥିବାର ଦୃଶ୍ୟ। ଜଣେ ଆୟୁଷ ଡାକ୍ତର (ଆୟୁର୍ବେଦ) ଫିଟନେସ ସାର୍ଟିଫିକେଟ ଇସ୍ୟୁ କରିବା ସମୟରେ ଛାତ୍ରୀମାନଙ୍କ ଠାରୁ ଦୁଇଶହ ଟଙ୍କା ଲାଞ୍ଚ ନେଉଥିବାର ଦୃଶ୍ୟ ଏ ମୋବାଇଲରୁ ସେ ମୋବାଇଲକୁ ଭାଇରାଲ ହେଉଛି ।

ଜଣେ ଡାକ୍ତର ଫିଟନେସ ସାର୍ଟିଫିକେଟ ପାଇଁ ଦୁଇଶହ ଟଙ୍କା ମାଗୁଛନ୍ତି ଏବଂ ଛାତ୍ରୀଙ୍କ ଠାରୁ ଟଙ୍କା ନେଇ ପକେଟରେ ପୁରାଉଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ଜଗମୋହନପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ଭାବେ କାମ କରନ୍ତି ସୁଧାକର ଖିଲାର । ସେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସପ୍ତାହକୁ ତିନି ଦିନ ଡ୍ୟୁଟି କରିଥାନ୍ତି । ଶନିବାର, ରବିବାର ଓ ସୋମବାର ଦିନ ତାଙ୍କର ଡ୍ୟୁଟି ରହିଛି ।

ଏହି ସମୟରେ ଫିଟନେସ ସାର୍ଟିଫିକେଟ ପାଇଁ ଆସୁଥିବା ଛାତ୍ରୀମାନଙ୍କ ଠାରୁ ୨୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଡାକ୍ତର ସୁଧାକର ଖିଲାର ଆଇଏମସି କମ୍ପାନୀର ମେଡିସିନର ବ୍ୟାପାର ମଧ୍ୟ କରନ୍ତି ।ମେଡସିନ ଷ୍ଟୋର ଗୁଡିକୁ ମେଡସିନ ସପ୍ଲାଇ କରଥାନ୍ତି । ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ କରଦାଙ୍ଗି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର ଥିବା ପରେ ମଧ୍ୟ ତାଙ୍କୁ ଡେପୁଟେସନରେ ତେଲକୋଇ ମେଡିକାଲରେ ଡ୍ୟୁଟି ନଦେଇ ଜଣେ ଲାଞ୍ଚଖୋର ଆୟୁଷ ଡାକ୍ତରଙ୍କୁ ତେଲକୋଇ ମେଡିକାଲରେ ସପ୍ତାହକୁ ତିନିଦିନ ଡ୍ୟୁଟି ଦେବା ପଛରେ କାହାର ହାତ ରହିଛି ତାହା ତଦନ୍ତ ସାପେକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି