Masthead

ଭୋଟରଙ୍କୁ ତରଭୁଜ, ବୁଥ ଜଗିଲା ଡ୍ରୋନ

ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ): ଭୋଟ ଦେଇଛି ଝାରସୁଗୁଡ଼ା । ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ଭୋଟର । ତେବେ ଆଜି ଦିନ ସାରା ପ୍ରବଳ ତାତି ଦେଖିବାକୁ ମିଳିଥିଲା । ଗୋଟଏ ପଟେ ନିର୍ବାଚନ ତାତି ଅନ୍ୟପଟେ ପ୍ରବଳ ଖରା ଭୋଟରଙ୍କୁ ଅସ୍ତବ୍ୟସ୍ତ କରିଥିଲା । ତଥାପି ତାତିକୁ ଖାତିର ନକରି ବୁଥରେ ଧାଡ଼ିରେ ଛିଡ଼ା ହୋଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଭୋଟର । ମହିଳା, ବୟସ୍କ ଏମାନେ ବି ଖରାରେ ବାହାରି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ତେବେ ଭୋଟରଙ୍କ ଖରା କଷ୍ଟକୁ କମ କରିବାକୁ କିଛି ବୁଥରେ ନିଆରା ବ୍ୟବସ୍ଥା ହୋଇଥିଲା । ଭୋଟରଙ୍କୁ ତରଭୁଜ ବାଣ୍ଟିଥିଲେ ।

ଏହା ସହ ଛାଇ କରିବାକୁ ଟେଣ୍ଟ ବ୍ୟବସ୍ଥା କରିଥିଲା ପ୍ରଶାସନ । ବୁଥରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ରହିଥିଲା । ଯେଉଁଠି ଲମ୍ବା ଧାଡ଼ି ହେଉଥିଲା ସେଠି ପାଣି ସିଞ୍ଚନ କରାଯାଉଥିଲା । ବୁଥରେ ଶାନ୍ତିଶୃଙ୍ଖଳା ରଖିବା ପାଇଁ ସୁରକ୍ଷାକର୍ମୀମାନେ ନିୟୋଜିତ ହୋଇଥିଲେ । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କିଛି ବୁଥରେ ସିସିଟିଭି ଲାଗିଥିଲା । ଆଉ କିଛି ବୁଥକୁ ଜଗିଥିଲା ଡ୍ରୋନ । ମତଦାନ କେନ୍ଦ୍ରକୁ ଡ୍ରୋନ କ୍ୟାମେରା ଲଗାଇ ନଜର ରଖାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ