Masthead

ଟ୍ରେନିଂ ବେଳେ ଜଳିଗଲେ ୩ ଯବାନ

ଜୟପୁର (ବଡ଼ ଖବର ): ରାଜସ୍ଥାନର ଶ୍ରୀ ଗଙ୍ଗନଗରରେ ସେନା ଟ୍ରେନିଂ ସମୟରେ ଅଘଟଣ । ଦୁର୍ଘଟଣାରେ ପୋଡିହୋଇ ତିନିଜଣ ସୈନିକ ମୃତ୍ୟୁ ବରଣ କରିଥିବା ବେଳେ ପାଞ୍ଚଜଣ ଗୁରୁତର ଆହତ ହୋଇଛନ୍ତି  । ଡିଫେନ୍ସ  ପ୍ରୋ ଲେଫ୍ଟ କୋଲ ଅମିତାଭ ଶର୍ମା କହିଛନ୍ତି ଯେ ରାତି ତାଲିମ କାର୍ଯ୍ୟ ସମୟରେ ଗୋପାଳସର ନିକଟରେ ଏହି ଘଟଣା ଘଟିଛି।

ଶର୍ମା କହିଛନ୍ତି ଯେ ଗୁରୁବାର ଭୋର ସମୟରେ ଯବାନଙ୍କୁ ଧରି ସେନାର ଗୋଟିଏ ଗାଡ଼ି ଯାଉଥିଲା। ତେବେ ରାଜିୟାସର ନିକଟରେ ହଠାତ୍ ଏହା ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା। ଗାଡ଼ିଟି ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗି ଯାଇଥିଲା। ଏଥିରେ ତିନିଜଣ ସୈନିକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ପାଞ୍ଚଜଣ ଗୁରୁତର ଆହତ ହୋଇଛନ୍ତି  । ଆହତମାନଙ୍କୁ ଏମ୍.ଏ ସୁରଟଗଡରେ ଭର୍ତ୍ତି କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଜବାନ ବାଥିଣ୍ଡାର ୪୭-ଏଡି ୟୁନିଟର  । ଶର୍ମା କହିଛନ୍ତି ଯେ ନିୟମିତ ଅଭ୍ୟାସ ସମୟରେ ସୈନିକମାନଙ୍କୁ ବିଭିନ୍ନ କାର୍ଯ୍ୟ ଦିଆଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା