Masthead

ବଲିଉଡରେ ସରିଛି ଦିଲୀପ ଯୁଗ !

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଚାଲିଗଲେ ଦିଲୀପ । ଫିଲ୍ମ ଦୁନିଆରେ ଗୋଟିଏ ଯୁଗର ଅବସାନ ଘଟିଲା । ଜୀବନ ଯୁଦ୍ଧରେ ହାରିଗଲେ ଦିଲୀପ । ଛାଡି ଗଲେ ଅମାପ କିର୍ତ୍ତୀ, ମରି ବି ମରି ପାରିନାହାନ୍ତି ସେ । ଅଗଣିତ ଦର୍ଶକଙ୍କ ମନରେ ଆଜି ବି ଚୀର ସବୁଜ । ୟୁସୁଫ୍ ଖାନ ରୁ ଦିଲୀପ କୁମାର । ୧୯୨୨ ଡିସେମ୍ବର ୧୧ରେ ଅଖଣ୍ଡ ଭାରତ ପେସାୱାର ଠାରେ ଜନ୍ମ ଗ୍ରହଣ କରିଥିଲେ ଦିଲୀପ । ଦିଲୀପଙ୍କ ପ୍ରାରମ୍ଭିକ ଜୀବନ ଦଃଖମୟ ଥିଲା ସତ, ହେଲେ ନିଜ ସଂଘର୍ଷ ବଳରେ ବଦଳାଇ ଥିଲେ ଜୀବନ ଧାରା ।୧୯୪୪ରେ ଜୁଆର୍ ଭଟ୍ଟାରୁ ଆରମ୍ଭ ହୁଏ ତାଙ୍କ ଚଳଚ୍ଚିତ୍ର ଜୀବନ ।

ଆଉ ତା ପରଠୁ ଅଟକି ନାହାଁନ୍ତି ଦିଲୀପ । ବଲିଉଡ ଜଗତରେ ତାଙ୍କର ଅଛି ଅତୁଳନୀୟ ଅବଦାନ । ଏମିତି ଏକ ସମୟ ଥିଲା ଚଳଚ୍ଚିତ୍ର କହିଲେ ଲୋକେ ଦିଲୀପ କୁମାରଙ୍କୁ ହିଁ ବୁଝନ୍ତି । ଭାରତରେ ଯଦି କାହାକୁ ସୁପରଷ୍ଟାର ଆଖ୍ୟା ମିଳିଥାଏ ,ସେ ହେଉଛନ୍ତି ଦିଲୀପ କୁମାର । କାହାଣୀ ନୁହଁ ବରଂ ଦିଲୀପଙ୍କ ଅଭିନୟ ଦେଖିବାକୁ ପ୍ରେକ୍ଷାଳୟରେ ଭିଡ ଲାଗୁଥିଲା । ଖାଲି ସେତିକି ନୁହଁ, ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଭିଡ ଲାଗୁଥିଲା ଦିଲୀପଙ୍କ ଘର ଆଗରେ ।

ବଲିଉଡ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ । ଫୁଟପାଥ୍, ଦେବଦାଶ, କ୍ରାନ୍ତି, ମିଲନ, ମେଲା, ଆନ୍ଦାଜ , ଆନ ଏମିତି ଅନେକ ହିଟ୍ ଫିଲ୍ମ ସେ ଭୋଟି ଦେଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିଜ୍କୁ ତାଙ୍କରୁ ଏହି ଅବଦାନ ପାଇଁ ସେ ୧୯୯୪ ରେ ଦାଦା ସାହେବ ଫାଲକେ ଆୱାର୍ଡ ଭଳି ଶ୍ରେଷ୍ଠ ପୁରସ୍କାର ପାଇଛନ୍ତି ।

ଖାଲି ସେତିକି ନହେଁ, ତାଙ୍କର ଆକର୍ଷଣୀୟ ଅଭିନୟ, ସମାଜ ପାଇଁ ପ୍ରତିବଦ୍ଧତା ଯୋଗୁଁ ୨୦୧୫ରେ ଭାରତ ସରକାର ପଦ୍ମବିଭୁଷଣରେ ମଧ୍ୟ ଦିଲୀପଙ୍କୁ ସମ୍ମାନୀତ କରିଛନ୍ତି । ଆଜି ନାହାନ୍ତି ଦିଲୀପ,ହେଲେ ତାଙ୍କ ଅଭିନୟ ସବୁଦିନ ପାଇଁ ଚିରସ୍ନରଣୀୟ ହୋଇ ରହିବ । ତାଙ୍କ ବିୟୋଗରେ କଳାଜଗତ ସ୍ତବ୍ଧ ହୋଇଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ