Masthead

ଆଜି ଗୃହରେ ଆଗତ ହେବ ୨୦୨୪-୨୫ ବଜେଟର ବ୍ୟୟମଞ୍ଜୁରୀ ବିଲ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଧାନସଭାରେ ଆସିବ ବ୍ୟୟମଞ୍ଜୁରୀ ବିଲ୍ । ତିନି ଦିନର ବିରତି ପରେ ଆଜି ପୁଣି ଅଧିବେଶନ ଆରମ୍ଭ ହେବ । ଗୃହରେ ଆଗତ ହେବ ୨୦୨୪-୨୫ ବଜେଟର ବ୍ୟୟମଞ୍ଜୁରୀ ବିଲ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲକୁ ଗୃହରେ ଆଗତ କରିବେ । ନୂଆ ସରକାରଙ୍କ ପ୍ରଥମ ବଜେଟର ବ୍ୟୟମଞ୍ଜୁରୀ ପାଇଁ ବିଧାନସଭାର ଅନୁମୋଦନ ଲୋଡିବେ ମୁଖ୍ୟମନ୍ତ୍ରୀ ।

ଗତ ଜୁଲାଇ ୨୫ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ୨ଲକ୍ଷ ୬୫ହଜାର କୋଟି ଟଙ୍କା ବ୍ୟୟବରାଦ ରହିଛି ବଜେଟରେ । ଗତବର୍ଷ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ । ବଜେଟରେ ନୂଆ ସରକାର ୧୯ଟି ନୂଆ ଯୋଜନା ଆଣିବାକୁ ଘୋଷଣା କରିଛନ୍ତି । ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ପାରିତ ହୋଇଥିବାବେଳେ ଗିଲୋଟିନରେ ୨୩ଟି ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ