Masthead

ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ସକାଳେ ଗାଜିଆବାଦ ରେଳ ଷ୍ଟେସନ‌ରେ ଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଲଗେଜ୍‌ କମ୍ପାର୍ଟମେଣ୍ଟରେ ନିଆଁ ଲାଗିଥିଲା। ସକାଳ ପ୍ରାୟ ୭ଟା ରେ ନୂଆଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିଥିଲା। ନିଆଁଦ୍ୱାରା ପ୍ରଭାବିତ କୋଚଟିକୁ ଟ୍ରେନରୁ କାଢ଼ି ଦିଆଯାଇଛି । ସମସ୍ତ ଯାତ୍ରୀ ବର୍ତ୍ତମାନ ନିରାପଦ ଅଛନ୍ତି । ସୂଚନାଅନୁସାରେ, ଗତ ଶନିବାର ଦିଲ୍ଲୀରୁ ଡେରାଡୁନ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ ଲାଗିଯାଇଥିଲା । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସୂଚନା ମିଳିଥିଲା । ତେବେ ନିଆଁଲିଭା କର୍ମଚାରୀ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । ଅନ୍ୟ କୋଚକୁ ଏହା ବ୍ୟାପିନଥିଲା । ନିଆଁ ଲାଗିଥିବା କୋଚକୁ ପୃଥକ କରାଯିବା ପରେ ଟ୍ରେନ୍ ଗଡିଥିଲା ।

କିନ୍ତୁ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଜଣା ପଡିନାହିଁ । ଦମକଳ ବିଭାଗର କହିବାନୁସାରେ, ତୁରନ୍ତ ଦମକଳ ବାହିନୀର ୬ଟି ଗାଡି ପହଁଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁ ଟ୍ରେନର ସବୁଠାରୁ ପଛ ବଗିରେ ଲାଗିଥିଲା । ଏହି ବଗିରେ ଜେନେରେଟର ଓ ମାଲ୍ ରହିଥାଏ । ତୁରନ୍ତ ନିଆଁ ଲାଗିଥିବା ବଗିକୁ ଟ୍ରେନକୁ ଅଲଗା କରି ଦିଆଯାଇଥିଲା । ଫଳରେ ବଡ ଧରଣର ଅଘଟଣରୁ ଏଡାଇ ଦିଆଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ