Masthead

କାମାକ୍ଷାନଗର ଉପଖଣ୍ଡ ଉପ କାରାଗାରରେ ୨୮ ଜଣ କରୋନା  ପଜେଟିଭ

କାମାକ୍ଷାନଗର ,  (ବଡ଼ ଖବର ବ୍ୟୁରୋ):  ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଉପକାରାଗାରରେ ଥିବା ଅନ୍ତେବାସୀ ଙ୍କର ଆଜି କୋଭିଡ଼ ପରୀକ୍ଷା କରାଯାଇଥିଲା । କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଓ ଏନ,ଏ,ସି ର ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ ଉପ କାରାଗାର କୁ ପରୀକ୍ଷା କରିବାକୁ ଯାଇଥିଲେ । ଏହି ପରୀକ୍ଷା ରେ ୨୮ଜଣ ଅନ୍ତେବାସୀ ଙ୍କର କରୋନା ପଜେଟିଭି ଚିହ୍ନଟ ହୋଇଥିଲା । କୋଭିଡ ଚିହ୍ନଟ ହେବାପରେ ସେମାନଙ୍କୁ କାରାଗାର ମଧ୍ୟରେ ଦୁଇଟି ସ୍ୱତନ୍ତ୍ର ବ୍ୟାରକ ରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ଉପ କାରାଗାର ର ଅଧିକାରିଣୀ ସରସ୍ୱତୀ ବେହେରା ଙ୍କ ସୂଚନା ଅନୁଯାୟୀ ଉପକାରାଗାର ରେ ସମୁଦାୟ ୧୦୧ ଜଣ ଅନ୍ତେବାସୀ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ମହିଳା ଅନ୍ତେବାସୀ ରହୁଥିବା ବେଳେ ୯୭ ଜଣ ପୁରୁଷ ଅନ୍ତେବାସୀ ରହୁଛନ୍ତି । ଗତ କିଛିଦିନ ହେବ କିଛି ଅନ୍ତେବାସୀ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ଅବନତି ଦେଖିବାରୁ ସେ ଏ ସମ୍ପର୍କରେ ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀ ଙ୍କୁ ଅବଗତି କରାଇଥିଲେ । ଉପଜିଲ୍ଲାପାଳ ଓ ନିର୍ବାହି ଅଧିକାରୀ ଙ୍କ ସହଯୋଗରେ ଆଜି ଏକ ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ ଉପକାରାଗାର କୁ ଆସି ଅନ୍ତେବାସୀ ଙ୍କର ପରୀକ୍ଷା କରିଥିଲେ । ପରୀକ୍ଷା ପରେ ୨୮ ଜଣଙ୍କର ପଜେଟିଭି ଲକ୍ଷଣ ଦେଖିବାକୁ ମିଳିଥିଲା ।ଏମାନଙ୍କ ମଧ୍ୟରୁ ୨୬ ଜଣ ପୁରୁଷ ଅନ୍ତେବାସୀ ଓ ୨ ଜଣ ମହିଳା ଅନ୍ତେବାସୀ ଙ୍କ ନିକଟରେ ପଜେଟିଭି ଲକ୍ଷଣ ଦେଖିବାକୁ ମିଳିଥିଲା ।ଏମାନଙ୍କୁ ଙ୍କୁ ୨ ଟି ସ୍ୱତନ୍ତ୍ର ବ୍ୟାରାକ ରେ ରଖାଯାଇଛି । ଏମାନଙ୍କ ପରିମଳ ପାଇଁ ୨ ଟି ସ୍ୱତନ୍ତ୍ର ପାଇଖାନା ର ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କୁ ସାବୁନ ,ସାନେଟାଇଜ ଓ ସମସ୍ତ ମେଡ଼ିସିନ ପ୍ରଦାନ କରାଯାଇଛି । ତତ ସହିତ ସମ୍ପୂର୍ଣ୍ଣ ଉପକାରାଗାର କୁ ସାନେଟାଇଜ କରାଯିବା ସହିତ ଅନ୍ତେବାସୀ ଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ଉପକାରାଗାର ସଚେତନ ଅଛି ବୋଲି ଉପ କାରାଗାର ର ଅଧିକାରିଣୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ