Masthead

କାମାକ୍ଷାନଗର ଉପଖଣ୍ଡ ଉପ କାରାଗାରରେ ୨୮ ଜଣ କରୋନା  ପଜେଟିଭ

କାମାକ୍ଷାନଗର ,  (ବଡ଼ ଖବର ବ୍ୟୁରୋ):  ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଉପକାରାଗାରରେ ଥିବା ଅନ୍ତେବାସୀ ଙ୍କର ଆଜି କୋଭିଡ଼ ପରୀକ୍ଷା କରାଯାଇଥିଲା । କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଓ ଏନ,ଏ,ସି ର ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ ଉପ କାରାଗାର କୁ ପରୀକ୍ଷା କରିବାକୁ ଯାଇଥିଲେ । ଏହି ପରୀକ୍ଷା ରେ ୨୮ଜଣ ଅନ୍ତେବାସୀ ଙ୍କର କରୋନା ପଜେଟିଭି ଚିହ୍ନଟ ହୋଇଥିଲା । କୋଭିଡ ଚିହ୍ନଟ ହେବାପରେ ସେମାନଙ୍କୁ କାରାଗାର ମଧ୍ୟରେ ଦୁଇଟି ସ୍ୱତନ୍ତ୍ର ବ୍ୟାରକ ରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ଉପ କାରାଗାର ର ଅଧିକାରିଣୀ ସରସ୍ୱତୀ ବେହେରା ଙ୍କ ସୂଚନା ଅନୁଯାୟୀ ଉପକାରାଗାର ରେ ସମୁଦାୟ ୧୦୧ ଜଣ ଅନ୍ତେବାସୀ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ମହିଳା ଅନ୍ତେବାସୀ ରହୁଥିବା ବେଳେ ୯୭ ଜଣ ପୁରୁଷ ଅନ୍ତେବାସୀ ରହୁଛନ୍ତି । ଗତ କିଛିଦିନ ହେବ କିଛି ଅନ୍ତେବାସୀ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ଅବନତି ଦେଖିବାରୁ ସେ ଏ ସମ୍ପର୍କରେ ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀ ଙ୍କୁ ଅବଗତି କରାଇଥିଲେ । ଉପଜିଲ୍ଲାପାଳ ଓ ନିର୍ବାହି ଅଧିକାରୀ ଙ୍କ ସହଯୋଗରେ ଆଜି ଏକ ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ ଉପକାରାଗାର କୁ ଆସି ଅନ୍ତେବାସୀ ଙ୍କର ପରୀକ୍ଷା କରିଥିଲେ । ପରୀକ୍ଷା ପରେ ୨୮ ଜଣଙ୍କର ପଜେଟିଭି ଲକ୍ଷଣ ଦେଖିବାକୁ ମିଳିଥିଲା ।ଏମାନଙ୍କ ମଧ୍ୟରୁ ୨୬ ଜଣ ପୁରୁଷ ଅନ୍ତେବାସୀ ଓ ୨ ଜଣ ମହିଳା ଅନ୍ତେବାସୀ ଙ୍କ ନିକଟରେ ପଜେଟିଭି ଲକ୍ଷଣ ଦେଖିବାକୁ ମିଳିଥିଲା ।ଏମାନଙ୍କୁ ଙ୍କୁ ୨ ଟି ସ୍ୱତନ୍ତ୍ର ବ୍ୟାରାକ ରେ ରଖାଯାଇଛି । ଏମାନଙ୍କ ପରିମଳ ପାଇଁ ୨ ଟି ସ୍ୱତନ୍ତ୍ର ପାଇଖାନା ର ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କୁ ସାବୁନ ,ସାନେଟାଇଜ ଓ ସମସ୍ତ ମେଡ଼ିସିନ ପ୍ରଦାନ କରାଯାଇଛି । ତତ ସହିତ ସମ୍ପୂର୍ଣ୍ଣ ଉପକାରାଗାର କୁ ସାନେଟାଇଜ କରାଯିବା ସହିତ ଅନ୍ତେବାସୀ ଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ଉପକାରାଗାର ସଚେତନ ଅଛି ବୋଲି ଉପ କାରାଗାର ର ଅଧିକାରିଣୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା