Masthead

ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ବର ଜିଲ୍ଲା ସୋର ପୌରପାଳିକାର ୧୦ ନଂ ୱାର୍ଡରେ ଲୋକେ ହନ୍ତସନ୍ତ । ଦୀପ ତଳ ଅନ୍ଧାର ଭଳି ସୋର ପୌରପାଳିକାର ୧୦ନଂ ୱାର୍ଡ ଘୋଡାସାହିି ଗ୍ରାମ ଉଭୟ ପୌରପାଳିକା କାର୍ଯ୍ୟାଳୟ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟର ପଛ ପଟେ ଅବସ୍ଥିତ । ମାତ୍ର ଏହି ଗାଁ ଦୀପ ତଳ ଅନ୍ଧାର ଭଳି ରହି ଯାଇଛି । ଏହି ଗାଁକୁ ବର୍ଷା ଦିନରେ ଯିବାକୁ ହେଲେ ରାସ୍ତାରେ ଆଣ୍ଠୁଏ ପାଣିରେ ଯିବାକୁ ପଡୁଛି ।

ରାସ୍ତାରେ ପାଣି ଜମି ରହି ଶିଉଳି ହୋଇ ଯାଇଥିବାରୁ ପାଦ ଚଲା ଲୋକେ ବହୁ ସମୟରେ କଚାଡି ହୋଇ ପାଣିରେ ପଡୁଛନ୍ତି । ଏହି ଗାଁର ରାସ୍ତା ପାଖରେ ସୋର ପଞ୍ଚାୟତ ସମିତିର ଏକ ପୋଖରୀ ଅଛି ଯାହାର ପାଣି ପୋଖରିୀ ଆଢି ଖାଇ ମାଳତୀ ନାୟକଙ୍କ ଘରେ ପାଣି ପଶି ଯାଇଛି । ଏ ବାବଦରେ ମାଳତି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବ୍ଲକ୍ ପରିସରରେ ହୋଇଥିବା ଅଭିଯୋଗ ଶୁଣାଣିରେ ଭେଟି ଅଭିଯୋଗ କରିଥିଲେ ।

ଜିଲାପାଳ ବ୍ଲକ୍ ପ୍ରଶାସନ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କିଛି ସମାଧାନ ହୋଇ ନାହିଁ । ତେବେ ଏବାବଦରେ ପୌରପାଳିକା ନିର୍ବାହୀ ଅଧିକାରୀ ରାକେଶ ପଣ୍ଡାଙ୍କୁ ପଚାରିବାରୁ କିଛି ଲୋକ ଡ୍ରେନ ପାଇଁ ଜାଗା ଜାଗା ଛାଡିଥିବା ବେଳେ ଜଣେ ଲୋକ ପୌରପାଳିକା ନିୟମ ଅନୁସାରେ ଘର ନକରି ଡ୍ରେନ୍ ପାଇଁ ଜାଗା ନଛାଡି ଅବରୋଧ କରିଛନ୍ତି ତାଙ୍କୁ ନୋଟିସ ହୋଇଥିବା ବେଳେ ଦିର୍ଘ ସ୍ଥାୟୀ ବ୍ୟବସ୍ଥା ପାଇଁ ବିଧାୟକ ପାଣ୍ଠିରୁ ୧୨ ଲକ୍ଷ ଟଙ୍କାର ଡ୍ରେନ ପାଇଁ ଟେଣ୍ଡର ହୋଇଛି, କିଛି ଦିନ ଭିତରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି