Masthead

ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି

ଭୁବନ (ବଡ଼ ଖବର ବ୍ୟୁରୋ): ସାମାନ୍ୟ ବର୍ଷାରେ ରାସ୍ତାରେ ଲହଡା ଖେଳୁଛି ଆଣ୍ଠୁଏ ଆଣ୍ଠୁଏ ପାଣି। ଫଳରେ ଅଞ୍ଚଳବାସୀଙ୍କ ଯାତାୟତରେ ସମସ୍ୟା ଉପୁଜୁଛି। ଏପରି ସମସ୍ୟା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ। ତେବେ ଏଠାରେ ନିମ୍ନମାନର ରାସ୍ତା ନିର୍ମାଣ ସାଙ୍ଗକୁ ଡ୍ରେନ୍ ବ୍ୟବସ୍ଥାରେ ସମସ୍ୟା ଥିବାରୁ ଅଧିକାଂଶ ଓ୍ବାର୍ଡରେ ପାଣି ଜମୁଛି।

କେଉଁଠି ଡ୍ରେନ୍ ନିର୍ମାଣର ଆବଶ୍ୟକତା ଥିବାବେଳେ କେଉଁଠି ଡ୍ରେନ୍ ପୋତା ପଡିଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ବର୍ଷାହେଲେ ଘଣ୍ଟାଘଣ୍ଟା ଧରି ପାଣି ଜମିରହୁଛି। ଅଧିକ ବର୍ଷା ହେଲେ ଲୋକମାନଙ୍କ ଘରେ ମଧ୍ୟ ବର୍ଷାପାଣି ପଶୁଛି। ତେବେ ସମସ୍ୟା ଦୂର କରିବାପାଇଁ ଭୁବନେଶ୍ବରରୁ ଏକ ସ୍ବତନନ୍ତ୍ର ଟିମ ଭୁବନ ଏନଏସିରେ ଆଜି ତଦନ୍ତ କରି ଫେରିଯାଇଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ ହେବବୋଲି ତଦନ୍ତକାରୀ ଟିମ ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି