Masthead

ଜଙ୍ଗଲ ପୋଡି ପାଉଁଶ, ଶୋଇଛି ବନ ବିଭାଗ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡାବୁ ଗାଁ ରେଞ୍ଜ ନୂଆକୋର୍ଟ ସଂଗ୍ରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ୨୦ରୁ ୨୫ ଦିନ ହେବ ଜଳୁଛି ଜଙ୍ଗଲ । ଦିନ କୁ ଦିନ ଜଙ୍ଗଲ ଅବକ୍ଷୟ ହେଉଥିବାରୁ ବନ୍ୟ ଜୀବଜନ୍ତୁ ଗାଁ ମୁହା ହେଲେଣି । ଅନେକ ଦିନ ଧରି ଜଙ୍ଗଲରେ ନିଆଁ ଲାଗି ଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ। ଫଳରେ ଶହଶହ ଏକର ଜଙ୍ଗଲ ଏବେ ଜଳି ପୋଡି ପାଉଁଶ ହୋଇଗଲାଣି ।

ଜଙ୍ଗଲରେ ନିଆଁ ଲାଗି ଥିବା ବେଳେ ବନ ବିଭାଗର କର୍ମଚାରୀମାନଙ୍କ ପାଖରେ କୌଣସି ଖବର ନାହିଁ। ନିଆଁର ଆଁରୁ ମୁକୁଳିବା ପାଇଁ ଏବେ ଜୀବଜନ୍ତୁ ଗାଁ ମୁହାଁ ହୋଇଛନ୍ତି । ଭାଲୁ ଅନେକ ସମୟରେ ଗାଁ ଭିତରକୁ ଚାଲିଆସିଛନ୍ତି । ତା ସହ ମନ୍ଦିର ଓ ସ୍କୁଲ ମାନଙ୍କରେ ପଶୁଥିବା ଦେଖିବାକୁ ମିଲିଛି। ଫଳରେ ଲୋକେ ଭୟଭିତ ଅଛନ୍ତି । ଏହା ପୂର୍ବରୁ ଏକ ଭାଲୁ ଖାଦ୍ୟ ଅନ୍ୱଷେଣରେ ଆସି ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲା । ଏନେଇ ଡାବୁଗାଁ ରେଞ୍ଜର ଏବଂ ଫରେଷ୍ଟରକୁ ପଚାରିବାରୁ କିଛି ପଦକ୍ଷପ ନେବାକୁ ସେ ସିଧା ସିଧା ମନାକରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ