Masthead

୧୪ଟି ଆପକୁ ବ୍ୟାନ କଲେ ସରକାର, ଆତଙ୍କବାଦୀଙ୍କ ଦ୍ୱାରା ହେଉଥିଲା ବ୍ୟବହାର

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ୧୪ ଟି ମୋବାଇଲ ଆପକୁ ବ୍ୟାନ କଲେ କେନ୍ଦ୍ର ସରକାର । ଏହି ଆପ ପାକିସ୍ତାନ ଆତଙ୍କବାଦୀ ବ୍ୟବହାର କରୁଥିବା ଜଣାପଡ଼ିଛି । କଶ୍ମୀରରେ ଆତଙ୍କବାଦୀମାନେ ସେମାନଙ୍କ ସମର୍ଥକ ଏବଂ ଗ୍ରାଉଣ୍ଡ କର୍ମଚାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଏହି ଆପ ବ୍ୟବହାର କରୁଥିଲେ। ୧୪ଟି ମୋବାଇଲ ଆପ୍ଲିକେସନ ବାବଦରେ ଜାଣିବା ପରେ ସୁରକ୍ଷା ବଳ, ସୁରକ୍ଷା, ଗୁଇନ୍ଦା ଓ ଯାଞ୍ଚ ଏଜେନ୍ସି ଏହାକୁ ବ୍ଲକ କରିଦେବାକୁ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ।

କିଛି ଦିନ କଡା ନଜର ରଖିବା ପରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଏହସବୁ ଆପ୍ସ୍ ଗୁଡିକ ବାବଦରେ ଜାଣିବାକୁ ପାଇଥିଲେ । ଆପଗୁଡ଼ିକ ମଧ୍ୟରେ କ୍ରିପଭାଇଜର, ଏନିଗମା, ସେଫସୱିସ, ୱିକର୍ମ, ମିଡିଆଫାୟାର, ବ୍ରିଆର, ବିଚାଟ, ନ୍ୟାଣ୍ଡବକ୍ସ, କନିଅନ, ଆଇଏମଓ, ଏଲିମେଣ୍ଟ, ସେକେଣ୍ଡ ଲାଇନ, ଜାଙ୍ଗି, ଥ୍ରିମା ଆଦି ରହିଛି। ଏହାପୂର୍ବରୁ ଭାରତ ସରକାର ଚାଇନାର ଅନେକ ଆପକୁ ନିଷିଦ୍ଧ କରିଥିଲେ। ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା