Masthead

ବିନା ଡାକ୍ତରରେ ଡାକ୍ତରଖାନା

ସାଲେପୁର(ବଡ଼ ଖବର ବ୍ୟୁରୋ): ପୂର୍ବରୁ ଯେଉଁ ଅବସ୍ଥା ଲାଗିରହିଥିଲା ଏବେ ସ୍ଥିତି ଆହୁରି ସଙ୍ଗିନ ହେବାରେ ଲାଗିଛି । କରୋନା ମହାମାରୀ ସମୟରେ ରୋଗୀସଂଖ୍ୟା ବଢିବା ସହ ହସ୍ପିଟାଲରେ ଅସମ୍ଭାଳ ସ୍ଥିତି ଉପୁଜୁଛି । ହସ୍ପିଟାଲକୁ ଆସୁଛନ୍ତି ଶହ ଶହ ରୋଗୀ । ହେଲେ ଡାକ୍ତର ନାହାନ୍ତି । ସାମାନ୍ୟ ଚିକିତ୍ସା ପାଇଁ ଲୋକେ କଟକ, ଭୁବନେଶ୍ୱର ଯିବାକୁ ବାଧ୍ୟ ହେଉଛନ୍ତି । ଏମିତି ଦୀର୍ଘଦିନ ହେଲା ସାଲେପୁର ବ୍ଲକ ରାମେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଛି ରୋଗୀସେବା ।

କଟକ ଜିଲ୍ଲା ସାଲେପୁର ବ୍ଲକ ରାମେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ବହୁଦିନ ଧରି ଏଠାରେ ଡାକ୍ତର ନାହାନ୍ତି । ଫାର୍ମାସିଷ୍ଟ, ନର୍ସମାନଙ୍କ ଦ୍ୱାରା ଚାଲିଛି ରୋଗୀସେବା । କରୋନା ସମୟରେ ଡାକ୍ତର ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଉପରେ ରାମେଶ୍ୱର, ଗୋପୀନାଥପୁର, କଟରପା, ମହଣ, ଓଡାସିଂହ, ମାଳ, ନର୍ଦା, ଜରିପଡା ସମେତ ଆହୁରି ୮ଟି ଗାଁର ରୋଗୀମାନେ ନିର୍ଭର କରନ୍ତି । ଦୀର୍ଘଦିନରୁ ଡାକ୍ତର ନିଯୁକ୍ତି ହୋଇନଥିବାରୁ ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୁହଁ ଫେରାଇଲେଣି । ଡାକ୍ତର ନିଯୁକ୍ତି ପାଇଁ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି,ମାତ୍ର ଆଜି ପର୍ଯ୍ୟନ୍ତ ସୁଫଳ ମିଳିପାରିନାହିଁ । ସରକାରୀ ଅବହେଳାରୁ ବଢିଚାଲିଛି ଅସନ୍ତୋଷ । ତୁରନ୍ତ ଦାବି ପୂରଣ ନହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ