Masthead

ଅହମ୍ମଦାବାଦ ଓ ସୁରଟ ମେଟ୍ରୋ ପ୍ରକଳ୍ପର ଭୂମିପୂଜନ

ଗୁଜରାଟ (ବଡ଼ ଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦ ମେଟ୍ରୋ ଏବଂ ସୁରଟ ମେଟ୍ରୋ ପ୍ରକଳ୍ପର ଦ୍ୱିତୀୟ ପର୍ୟ୍ୟାୟ ଭୁମିପୂଜନ କରିଛନ୍ତି । ଅହମ୍ମଦାବାଦ ଏବଂ ସୁରଟରେ ଦୁଇଟି କରିଡର ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପର ଦ୍ୱିତୀୟ ପର୍ୟ୍ୟାୟ ଏବଂ ସୁରଟ ମେଟ୍ରୋ ପ୍ରକଳ୍ପର ଭୁମି ପୂଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟପାଳ ଆଚାର୍ଯ୍ୟ ଦେବଭ୍ରତ, ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏବଂ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ଉପସ୍ଥିତ ଥିଲେ । ଆଧୁନିକ ଜନଶତାଦ୍ଦୀ ଏକ୍ସପ୍ରେସ ମଧ୍ୟ ଅହମ୍ମଦାବାଦରୁ କେଭାଡିଆ ଯିବ । ଆଜି ଅହମ୍ମଦାବାଦରେ ୧୭ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହୋଇଛି ।

କରୋନା କାଳରେ ମଧ୍ୟ ନୂତନ ଭିତ୍ତିଭୂମି ନିର୍ମାଣ ପାଇଁ ଦେଶର ପ୍ରୟାସ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଜନସଂଖ୍ୟା ଦୃଷ୍ଟିରୁ ସୁରଟ ଦେଶର ଅଷ୍ଟମ ବୃହତ୍ତମ ସହର । ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ୨୮.୨୫ କିଲୋମିଟର ଲମ୍ବ ୨ଟି କରିଡର ରହିବ । ପ୍ରଥମ କରିଡର ମୋଟେରା ଷ୍ଟାଡିୟମରୁ ମହାତ୍ମା ମାଣ୍ଡିର ପର୍ଯ୍ୟନ୍ତ ଚାଲିବ ଏବଂ ଏହାର ଲମ୍ବ ୨୨.୮୩ କିଲୋମିଟର ରହିବ । ଦ୍ୱିତୀୟ କରିଡର ଜିଏନଏଲୟୁରୁ ଗିଫ୍ଟ ସିଟି ପର୍ଯ୍ୟନ୍ତ ହେବ , ଏହାର ଲମ୍ବ ୫.୪୧ କିଲୋମିଟର ହେବ । ଏହାର ମୋଟ ମୂଲ୍ୟ ୫୩୮୪.୧୭ କୋଟି ଟଙ୍କା ହେବ । ସୁରଟ ମେଟ୍ରେ ରେଳ ପ୍ରକଳ୍ପର ମୋଟ ଲମ୍ବ ୪୦.୩୫କିମି ହେବ, ଯେଉଁଠି ୨ଟି କରିଡର ରହିବ । ସାରନାଥଠାରୁ ଡ୍ରିମ୍ ସିଟି ପର୍ଯ୍ୟନ୍ତ ଏହି କରିଡରର ଲମ୍ବ ୨୧.୬୧ କିମି, ୬.୪୭ କିମି ଭୂତଳ ଏବଂ ୧୫.୧୪ କିମି ଉଚ୍ଚ ହେବ । ଦ୍ୱିତୀୟ କରିଡରଟି ଭଜନରୁ ସରୋଲି ଲାଇନ ପର୍ଯ୍ୟନ୍ତ, ଯାହାର ଲମ୍ବ ୧୮.୭୪ କିମି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ