Masthead

ବଦଳିଲେ ଆଇଏସଆଇର ମୁଖ୍ୟ

ଇସଲାମାବାଦ(ବଡ଼ ଖବର ବ୍ୟୁରୋ):  ବଦଳିଲେ ଆଇଏସଆଇର ମୁଖ୍ୟ । ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇର ମଖ୍ୟଙ୍କ ବଦଳି ହୋଇଥିବା ଖବର ସାମ୍ନାକୁ ଆସିଛି । ଲେଫ୍ଟନାଣ୍ଟ ଜେନେରାଲ ପୈଜ ହମୀଦଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ବଦଳି କରାଯାଇଛି । ପରେ ତାଙ୍କୁ ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଏ ଯାଏଁ ଆଇଏସଆଇର ନୂଆ ମୁଖ୍ୟଙ୍କ ନାଁ ଘୋଷଣା କରାଯାଇ ନାହିଁ ।

ହଠାତ ଆଇଏସଆଇର ମୁଖ୍ୟଙ୍କୁ କାହିଁକି ବଦଳି କରାଗଲା ତାହା ଜଣା ପଡିନି । ୨୦୧୯ ମସିହା ଜୁନ ୧୬ରେ ହମୀଦ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ଆଇଏସଆଇରେ କାମ କରୁଥିବା ବେଳେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ତୁଲାଉଥିଲେ । ତେବେ ହମୀଦ ପାକିସ୍ତାନ ସେନା ଜେନେରାଲ କମାର ବାଜୱାଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଏ ।

ପାକିସ୍ତାନ ୨୦୧୯ରେ ଅନେକ ବାହ୍ୟ ଓ ଆଭ୍ୟନ୍ତରିଣ ସୁରକ୍ଷା ଚ୍ୟାଲେଞ୍ଚର ସମ୍ମୁଖୀନ ହେଉଥିବା ବେଳେ ହମୀଦ ଆଇଏସଆଇର ଦାୟିତ୍ୱ ନେଉଥିଲେ । ହମୀଦ ଆଫିଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ଉପରେ ନଜର ରଖିଥିଲେ । ସୂତ୍ରରୁ ଜଣାପଡିଥିଲା ଯେ, ତାଲିବାନ ଆଫଗାନିସ୍ତାନକୁ ଜବରଦଖଲ କରିବାରେ ହମୀଦ ସହୋଯୋଗ କରିଛନ୍ତି । ଏମିତିକି ତାଲିବାନ ସରକାର ଗଠନ କରୁଥିବା ବେଳେ କାବୁଲରେ ହମୀଦ ମଧ୍ୟ ଉପସ୍ଥିତ ରହିଥିଲେ । ଏବେ କିନ୍ତୁ ହଠାତ ପାକିସ୍ତାନ ଆର୍ମି କାହିଁକି ତାଙ୍କୁ ମୁଖ୍ୟ ପଦରୁ ହଟାଇ ଦେଇଛି ତାହା ଜଣାପଡିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ