Masthead

ଆରମ୍ଭ ହେବ ଜେଇଇ ମେନ୍ ପରୀକ୍ଷା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ଜେଇଇ ମେନ୍ ପରୀକ୍ଷା । କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପରୀକ୍ଷା ଆୟୋଜନ କରାଯିବ । ଚଳିତ ବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଏହି ବର୍ଷ ଠାରୁ ୪ଥର ହେବ । ଛାତ୍ରଛାତ୍ରୀମାନେ ଚାହିଁଲେ ୪ ଥର ପରୀକ୍ଷା ଦେଇପାରିବେ । ତେବେ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ଏହି ପରୀକ୍ଷା ହେବ । ଫେବୃଆରୀରେ କେବଳ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ପ୍ରଥମ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ୨ଟି ସିପ୍ଟରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ପ୍ରଥମ ସିପ୍ଟ ୯ଟାରୁ ୧୨ଟା ଏବଂ ଦ୍ୱିତୀୟ ସିପ୍ଟ ୩ଟାରୁ ୬ଟା ରହିଛି । ତେବେ ଚଳିତ ବର୍ଷ ୪ଟି ସେସନ ପାଇଁ ଦେଶରେ ମୋଟ୍ ୨୨ ଲକ୍ଷ ଛାତ୍ରଛାତ୍ରୀମାନେ ଆବେଦନ କରିଛନ୍ତି । ଫେବୃଆରୀ ୨୩ରୁ ୨୬ ତାରିିଖରେ ହେବାକୁ ଥିବା ପ୍ରଥମ ପରୀକ୍ଷାରେ ୬ ଲକ୍ଷ ୬୧ ହଜାର ୭୬୧ ଜଣ ପରୀକ୍ଷା ଦେବେ ।

ସେହିପରି ମାର୍ଚ୍ଚ ୧୫ରୁ ୧୮ ତାରିଖ ମଧ୍ୟରେ ୫ ଲକ୍ଷ ୪ ହଜାର ୫୪୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେପଟେ ଏପ୍ରିଲ ୨୭ରୁ ୩୦ ତାରିଖ ତୃତୀୟ ଫେଜ୍  ୪ ଲକ୍ଷ ୯୮ ହଜାର ୯୧୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଅନ୍ୟପଟେ ୪ର୍ଥ ପର୍ଯ୍ୟାୟ ମେ ୨୪ରୁ ୨୮ ତାରିଖ ମଧ୍ୟରେ ୫ ଲକ୍ଷ ୯ ହଜାର ୯୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ତେବେ ସେପଟେ କେବଳ ଓଡ଼ିଶାରୁ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ