Before Header

ନୂଆ ଉତ୍ସାହ ନେଇ ଆସୁଛି ‘ଦ କପିଲ ଶର୍ମା’ ସୋ

0 41

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପୁଣି ଟିଭି ପରଦାକୁ ଫେରିବେ ସମସ୍ତଙ୍କ ପ୍ରିୟ କମେଡି କିଙ୍ଗ କପିଲ ଶର୍ମା । ନୂଆ ଉତ୍ସାହ ନେଇ ଆସୁଛି ଦ କପିଲ ଶର୍ମା ସୋ । ନୂଆ ସିଜିନ୍ ପାଇଁ ସୋନୀ ପକ୍ଷରୁ ଜାରି ହୋଇଛି ପ୍ରମୋ । କରୋନା ଟିକାକରଣ ଆରମ୍ଭ ହେଉଥିବାରୁ ଦର୍ଶକଙ୍କୁ ଟିକାର ଦୁଇଟି ଡୋଜ୍ ନେଇ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦିଆଯାଉଛି ।

ଏହି ପ୍ରମୋରେ କପିଲ ଶର୍ମାଙ୍କ ସହ, କ୍ରିଷ୍ଣା ଅଭିଶେଷ, କିକୁ ସାରଦା, ଭାରତୀ ସିଂ, ଅର୍ଜନା ପୁରନସିଂ ପ୍ରମୁଖ ନଜର ଆସୁଛନ୍ତି । ତେବେ କେବେଠୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ତାରିଖ ସମ୍ପର୍କରେ ସୂଚନା ଦିଆଯାଇନାହିଁ।

Leave A Reply

Your email address will not be published.