Before Header

ରାଜଧାନୀରେ ରେକର୍ଡ ତାପମାତ୍ରା

0 67

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ରାଜଧାନୀରେ ସୂର୍ଯ୍ୟଙ୍କ ପ୍ରକୋପ । ଏବେଠୁ ତାତିଲାଣି ରାଜଧାନୀ ଭୁବନେଶ୍ୱର। ଅସ୍ତବ୍ୟସ୍ତ ହେଲାଣିି ଜୀବନ ଯାତ୍ରା। ଏ ବର୍ଷରେ ଦିନର ସର୍ବୋଚ୍ଚ ତାପମାତ୍ରା ଆଜି ରେକର୍ଡ କରାଯାଇଛି । ରାଜଧାନୀରେ ଦିନର ତାପମାତ୍ରା ୩୮ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଗାମୀ ୫ ଦିନ ପର‌୍ୟ୍ୟନ୍ତ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଖରାର ପ୍ରକୋପ କେବଳ ଓଡ଼ିଶାରେ ନୁହେଁ- ରାଜସ୍ତାନ, ମହାରାଷ୍ଟ୍ର, ଗୁଜରାଟରେ ମଧ୍ୟ ଅନୁଭବ ହୋଇଛି। ଏହାସହିତ ତେଲେଙ୍ଗାର ଆଖପାଖରେ ଥିବା ଅଞ୍ଚଳର ତାପମାତ୍ରା ବୃଦ୍ଧି ହେଉଛି। ଧୀରେ ଧୀରେ ସୂର‌୍ୟ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାରୁ ତାପମାତ୍ରା ବଢ଼ୁଛି ବୋଲି ଶ୍ରୀ ଦାସ କହିଛନ୍ତି ।

Leave A Reply

Your email address will not be published.