Masthead

ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ: କିଏ କହିଛି ସତ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଦିନ ଯେତିକି ଗଡ଼ୁଛି ମୃତ୍ୟୁ ରହସ୍ୟ ସେତେ ସନ୍ଦେହ ଘେରକୁ ଯାଉଛି । ଆଜି ଆସିଛି ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକ୍ସନ୍‌ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଛି । ଏହି ରିପୋର୍ଟକୁ ନେଇ ତଦନ୍ତକାରୀ ଟିମ୍‌ ଅଧିକ ତର୍ଜମା କରୁଛନ୍ତି । ପୂର୍ବରୁ ରେକର୍ଡ ହୋଇଥିବା ବୟାନ ସହ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟକୁ ମେଳାଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ରିପୋର୍ଟ ଆସିବା ପରେ ତର୍ଜମା କରାଯାଉଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।

ଗତ ୨୦ ତାରିଖରେ ମୃତ ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଭୁବନେଶ୍ୱର ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବରେ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ସ୍ୱାମୀ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ସମ୍ପର୍କରେ ପଚରାଯିବାରୁ ଭାବ ବିହ୍ୱଳ ହୋଇ ପଡିଥିଲେ ବିଦ୍ୟାଭାରତୀ । ପାଖାପାଖି ୩ ଘଣ୍ଟା ଧରି ବିଦ୍ୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଯେଉଁଥିରେ ୧୦୦ ପ୍ରଶ୍ନର ସାମ୍ନା କରିଥିଲେ ବିଦ୍ୟାଭାରତୀ । ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟର ଦୁଇ ଦିନ ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ଉଭୟଙ୍କୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା ।

ଏଠାରେ ପ୍ରଶ୍ନ ଉଠୁଛି, ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ମାରିଲା କିଏ? । କିଏ କହିଛି ସତ: ଡିଏଫଓ, ବିଦ୍ୟାଭାରତୀ ନା ରୋଷେୟା । ତର୍ଜମା ପରେ ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯିବ? ମୃତ୍ୟୁ ପଛରେ କାହାର ହାତ? ଟେଷ୍ଟ ବେଳେ ସତ କହିଛନ୍ତି ତ ବିଦ୍ୟାଭାରତୀ? ଡିଏଫଓ, ରୋଷେୟା କେତେ କହିଥିଲେ ସତ? ପଚରାଯାଇଥିବା ୧୦୦ ପ୍ରଶ୍ନରେ କିଛି ସତ କିଛି ମିଛ ଅଛି କି? ଡିଏଫଓ ସଂଗ୍ରାମ କେଶରୀ ଓ ବିଦ୍ୟାଭାରତୀଙ୍କ ଭିତରେ ସଂପର୍କ ଥିଲା କି? ଲାଏ ଡିଟେକ୍ସନ ଟେଷ୍ଟ ପରେ ମନ୍ତ୍ରୀଙ୍କ ନାଁକୁ ନେଇ ପ୍ରଶ୍ନ ପଚାରିଥିଲା ତ କ୍ରାଇମବ୍ରାଞ୍ଚ? ମୃତ୍ୟୁ ପଛରେ ମନ୍ତ୍ରୀଙ୍କ ନାହିଁ ତ ହାତ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ