Masthead

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପନା ହେବ ବଜେଟ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଉପସ୍ଥାପନା ହେବ ଶ୍ରୀମନ୍ଦିର ବଜେଟ । ୨୦୨୧-୨୨ ଆର୍ଥିକ ବର୍ଷର ବଳକା ବଜେଟ ଉପସ୍ଥାପନା ହେବ । ଚଳିତ ଆର୍ଥିକ ବର୍ଷ ପାଇଁ ୧୯୦ କୋଟି ୨୬ ଲକ୍ଷର ବଳକା ବଜେଟ ଅଟକଳ କରାଯାଇଛି । ବଜେଟରେ କୋଭିଡ କାଳୀନ ଅତିରିକ୍ତ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନର ଆୟର ଉତ୍ସ ଏବଂ ବ୍ୟୟ ଅଟକଳ ଉପରେ ବିଶେଷ ଆଲୋଚନା କରାଯିବ ।

ଖଣି ଖାଦାନରୁ ୧୫ କୋଟି ଟଙ୍କା ଆୟ ରହିଛି । ପରିବେଶ ମଞ୍ଜୁରି ମିଳିଥିବାରୁ ଖଣିରୁ ଅଧିକ ଅର୍ଥ ମିଳିବା ଆଶା । ଏବଂ ସେବାୟତ, ବରିଷ୍ଠ ଅଧିକାରୀ ଓ ଜେଟିପିଙ୍କ ଡ୍ରେସକୋଡ୍ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସେବାୟତମାନେ ପାଟ ମକୁଟ ପରିଧାନ କରିବେ।

ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ଏସପି, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଆଦି ବରିଷ୍ଠ ଅଧିକାରୀମାନେ ଧଳା ପାଇଜାମା ଓ କୁର୍ତ୍ତା ପରିଧାନ କରି ଗର୍ଭଗୃହକୁ ପ୍ରବେଶ କରିବେ। ତେବେ ପରିଚାଳନା କମିଟି ବୈଠକରେ ଚୁଡାନ୍ତ ଡ୍ରେସକୋଡ ଉପରେ ଲାଗି ପାରେ ମୋହର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ