Masthead

ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍, ଜଣେ ମୃତ, ୫ ଗୁରୁତର

ଦଶପଲ୍ଲା (ବଡ଼ ଖବରବ ବ୍ୟୁରୋ): ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍, ଜଣେ ମୃତ, ୫ ଗୁରୁତର । ଟାକେରା ନିକଟରେ ଛିଡ଼ା ହୋଇଥିବା ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍ । ଦାରିଙ୍ଗବାଡ଼ିରୁ ପିକନିକ୍ ସାରି ଆଠଗଡ଼ ଫେରିବା ବେଳେ ଘଟିଛି ଦୁର୍ଘଟଣା । ୫ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର । ମୃତକ ଜଣକ ଆଠଗଡ ଥାନା ରାଉତପଡାର ତ୍ରିଲୋଚନ ନାୟକ। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟରାଜପଥର ଦଶପଲ୍ଲା ଥାନା ଝିଣ୍ଟିକାବାରୀ ନିକଟରେ ଆଜି ଭୋରରେ ହୋଇଛି ଦୁର୍ଘଟଣା ।

ଆଠଗଡ ଥାନା ଅଞ୍ଚଳର ୧୫ରୁ ଅଧିକ ଲୋକ ବଲାଙ୍ଗୀର ସମଲେଶ୍ୱରୀ,ଘଣ୍ଟେଶ୍ୱର ଅଞ୍ଚଳକୁ ୧୯ତାରିଖରେ ବୁଲିବାକୁ ଯାଇ ଫେରୁଥିଲେ । ଭୋର ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରାଭେଲରଟି ଆଗରେ ଛିଡାହୋଇଥିବା ଏକ ଟ୍ରଲରକୁ ପଛପଟୁ ପିଟିଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଖବରପାଇ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ମେଡିକାଲକୁ ଆଣିଥିଲେ । ଦଶପଲ୍ଲା ଥାନା ପୋଲିସ ଓ ଵାଣିଗୋଚ୍ଛା ଥାନା ପୋଲିସ ପଂହଁଚି ତଦନ୍ତ ଚଳାଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ