Masthead

ନିଖୋଜ କମାଣ୍ଡୋ ମାଓବାଦୀଙ୍କ କବ୍ଜାରେ, ଛାଡ଼ିବା ପାଇଁ ରଖିଲେ ସର୍ତ୍ତ

ବିଜାପୁର (ବଡ଼ ଖବର ବ୍ୟୁରୋ): ଛତିଶଗଡର ବିଜାପୁରରେ ଘଟିଥିବା ନକ୍ସଲ ଘଟଣା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ନିଖୋଜ କମାଣ୍ଡୋ ରାକେଶ୍ୱରଙ୍କ ପତ୍ତା ମିଳିଛି। ନକ୍ସଲମାନେ ପ୍ରେସ ରିଲିଜ କରି ଜଣାଇଛନ୍ତି ଯେ ସେମାନଙ୍କ ପାଖରେ କମାଣ୍ଡୋ ରାକେଶ୍ୱର ଅଛନ୍ତି। କମାଣ୍ଡୋ ରାକେଶ୍ୱରଙ୍କୁ ଛାଡିବାକୁ ନକ୍ସଲମାନେ ସର୍ତ୍ତ ରଖିଛନ୍ତି। କମାଣ୍ଡୋଙ୍କୁ ମୁକୁଳାଇବା ପାଇଁ ସରକାର ମଧ୍ୟସ୍ଥି ନିଯୁକ୍ତ କରନ୍ତୁ ବୋଲି ମାଓବାଦୀ ପ୍ରେସ ରିଲିଜ୍‌ ଜାରି କରିଛନ୍ତି। ଏଥସହ ସୁରକ୍ଷାକର୍ମୀଙ୍କ ଠାରୁ ମାଓବାଦୀମାନେ ଛଡ଼ାଇ ନେଇଥିବା ବନ୍ଧୁକ ଓ ଗୁଳିଗୋଳାର ଫଟୋ ମଧ୍ୟ ସାର୍ବଜନୀନ କରିଛନ୍ତି। ସରକାର ମଧ୍ୟସ୍ଥିଙ୍କ ନାଁ ପ୍ରଥମେ ସାର୍ବଜନୀନ କରିବା ପରେ ଆମେ ଯବାନଙ୍କୁ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବୁ। ସେ ପର୍ୟ୍ୟନ୍ତ ପଣବନ୍ଦୀ ଥିବା ଯବାନ ଜଣଙ୍କ ଆମ ପାଖରେ ସୁରକ୍ଷିତ ହୋଇ ରହିବେ। ମଧ୍ୟସ୍ଥିଙ୍କ ସହ ଆଲୋଚନା କରିବା ପରେ ଆମେ କମାଣ୍ଡୋଙ୍କୁ ଛାଡ଼ିବୁ କି ନାହିଁ ବିଚାର କରିବୁ ବୋଲି ପ୍ରେସ ରିଲିଜ୍‌ରେ କହିଛନ୍ତି।

ଅନ୍ୟପକ୍ଷରେ ଯବାନଙ୍କ ସହ ଏନକାଉଣ୍ଟ ବେଳେ ମାଓବାଦୀବାମାନେ ବିପୁଳ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଲୁଟ କରି ନେଇଥିବା ଫଟୋ ମଧ୍ୟ ଜାରି କରିଛନ୍ତି। ଫଟୋରେ ୧୪ଟି ବନ୍ଧୁକ, ୨୦୦୦ରୁ ଅଧିକ ଗୁଳି, ୮ରୁ ୧୦ଟି ୱାକିଟକି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଗୁଳିରେ ମାଓବାଦୀମାନେ ୨୦୨୧ ପିଏଲଜିଏ ମଧ୍ୟ ଲେଖିଛନ୍ତି।

ସୂଚନାଯୋଗ୍ୟ, ଶନିବାର ଛତିଶଗଡ଼ର ବିଜାପୁର-ସୁକମା ସୀମାନ୍ତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ କମାଣ୍ଡୋ ରାକେଶ୍ୱର ନାମକ ସୁରକ୍ଷାକର୍ମୀ ନିଖୋଜ ଥିଲେ। ଆଜି ସେମାନଙ୍କ କବଜାରେ ରାକେଶ୍ୱର ଥିବା କଥା ସ୍ଵୀକାର କରିଛନ୍ତି। ତେବେ ଏନକାଉଣ୍ଟରେ ସେମାନଙ୍କର ୪ ଜଣ ସାଥୀ ପ୍ରାଣ ହରାଇ ୩ ଜଣଙ୍କ ଶବ ଆଣିବାକୁ ସକ୍ଷମ ହୋଇଥିବା ବେଳେ ଜଣଙ୍କର ଆଣିପାରିନାହୁଁବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି