ମୂର୍ତ୍ତି ପୁନଃସ୍ଥାପନ ନହେବା ଯାଏ ଆନ୍ଦୋଳନ ଜାରି ରହିବ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):  ପର୍ଶୁରାମଙ୍କ ମୂର୍ତ୍ତି ବିବାଦର ସମାଧାନ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ନେଇ ହିନ୍ଦୁ ସମାଜ ଜାଗରଣ ମଞ୍ଚର ସାମ୍ବାଦିକ ସମ୍ମିଳନୀ । ମୂର୍ତ୍ତି ବିବାଦ ସମାଧାନକୁ ଖଣ୍ଡନ କରିବା ସହ ଏହା ଏକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର କାମ ବୋଲି କହିଛି ଜାଗରଣ ମଞ୍ଚ । ମଞ୍ଚ ସ୍ପଷ୍ଟ କରିଛି ଯେ, ବିଜୁ ମୂର୍ତ୍ତି ହଟାଇ ପର୍ଶୁରାମଙ୍କ ମୂର୍ତ୍ତି ପୁନଃସ୍ଥାପନ ନ ହେବା ଯାଏ ଆନ୍ଦୋଳନ ଚାଲିବ । ଗତ ମାସ ୧୮ ତାରିଖରୁ ଦୀର୍ଘ ୨୦ ଦିନ ହେଲା ପାଟଣାଗଡ଼ ବ୍ରହ୍ମପୁରା ଛକରେ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିଛି । ଦୀର୍ଘ ୪ ବର୍ଷ ହେଲା ବ୍ରହ୍ମପୁରା ଛକରେ ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା କରି ଆସୁଥିଲେ । ଏପରିକି ବ୍ରହ୍ମପୁରା ଛକକୁ ପର୍ଶୁରାମ ଛକ ନାମରେ ନାମିତ କରାଯାଇଥିଲା ।

ଏନେଇ ଏନ୍ଏସିକୁ ଲିଖିତ ଆକାରେ ଜଣା ବି ଯାଇଥିଲା । କିନ୍ତୁ ଶୂନଶାନ ସମୟରେ ବିଧାୟକ ସରୋଜ ମେହେର ବ୍ରହ୍ମପୁରା ଛକରେ ପର୍ଶୁରାମଙ୍କ ମୂର୍ତ୍ତିକୁ ହଟାଇ ବିଜୁ ବାବୁଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ । ଏପରିକି ପର୍ଶୁରାମଙ୍କ ମୂର୍ତ୍ତିକୁ ଟ୍ରାନ୍ସଫର୍ମରରେ ଟାଙ୍ଗି ଦେଇଥିଲେ । ଏନେଇ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସଂଗଠନ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏବଂ ଏହାର ପ୍ରତିବାଦରେ ୨୦ ଦିନ ହେଲା ପର୍ଶୁରାମ ଛକରେ ଧାରଣା ଜାରି ରହିଛି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ ଅଡି ବସିଛନ୍ତି ବିକ୍ଷୋଭକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ