Masthead

ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ନୂଆ ଏସଓପି

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ପାଇଁ ଜାରି ହେଲା ନୂତନ ଏସଓପି । ପୂର୍ବରୁ ୧୧ ତାରିଖରେ ହୋଇଥିଲା ପ୍ରଶାସନ ଓ ଛତିଶା ନିଯୋଗର ବୈଠକ । ଆଜି ନୂତନ ଓ ସଂଶୋଧିତ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ସକାଳ ୭ ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ହେବ ସାଧାରଣ ଦର୍ଶନ । ପୂର୍ବ ଭଳି ପ୍ରତି ରବିବାର ବନ୍ଦ ରହିବ ସାଧାରଣ ଦର୍ଶନ । ପୂଜାପର୍ବାଣୀରେ ବନ୍ଦ ରହିବ ଶ୍ରୀମନ୍ଦିର । ଏହି କ୍ରମରେ ଆସନ୍ତାକାଲି ଦଶହରା ତିଥିରେ ବନ୍ଦ ରହିବ ଜଗା ଦର୍ଶନ ଏବଂ ୧୬ ତାରିଖ ଭାସାଣୀରେ ଦିନ ୧୨ ଟା ପରଠାରୁ ବନ୍ଦ ରହିବ ଜଗା ଦର୍ଶନ ।

ଆସନ୍ତା ୨୦ରେ କୁମାର ପୂର୍ଣ୍ଣିମା ରେ ବନ୍ଦ ରହିବ ଶ୍ରୀମନ୍ଦିର । ନଭମ୍ବର ୪ ତାରିଖ ଦୀପାବଳି , ୧୫ ତାରିଖ ବଡ ଏକାଦଶୀ , ୧୯ ତାରିଖ ରେ ବନ୍ଦ ରହିବ ଶ୍ରୀମନ୍ଦିର । ଅନ୍ୟପଟରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ହାତକୁ ସାନିଟାଇଜ କରିବେ ଭକ୍ତ । ସାମାଜିକଦୂରତା ଅପରିହାର୍ଯ୍ୟ। ଶ୍ରୀମନ୍ଦିର ପରିସରରେ ଥିବା ପ୍ରତିମୂର୍ତ୍ତିକୁ ଛୁଇଁପାରିବେ ନାହିଁ ଭକ୍ତ । ଚିହ୍ନିତ ଜାଗାରେ ହିଁ କେବଳ ଦୀପ ବସାଇପାରିବେ ଶ୍ରଦ୍ଧାଳୁ । ଫୁଲ , ଏବଂ ଭୋଗ ନେଇପାରିବେ ଶ୍ରଦ୍ଧାଳୁ ।ଏବଂ ପୂର୍ବ ଚିହ୍ନିତ ଜାଗାରେ ହିଁ କେବଳ ସ୍ଥାନିତ ହୋଇପାରିବ ।

ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନକୁ ଅନୁମତି ଦିଆଯାଇଛି ଏବଂ ପ୍ରଶାସନ ଦ୍ୱାରା ଚିହ୍ନିତ ଜାଗାରେ ହିଁ ପ୍ରସାଦ ସେବନ କରିପାରିବେ ଭକ୍ତ । ପାନ ଛେପ ପକାଇବା ନିଷେଧ । ଏବଂ ନିୟମ ଭଙ୍ଗ କଲେ ୫୦୦ ଟଙ୍କାର ଜରିମାନା । ପଲିଥିନ ନେଇ ଭିତରକୁ ଗଲେ ୧୦୦ ଟଙ୍କାର ଜରିମାନା । ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା । ଜଗନାଥବଲ୍ଲଭ ମଠରେ ପାର୍କିଂଗ ର ବ୍ୟବସ୍ଥା । ବରିଷ୍ଠ ନାଗରିକ ,୧୦ ବର୍ଷରୁ କମ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ କୋଭିଡ କୁ ନଜର ରେ ରଖି ମନ୍ଦିର ପ୍ରବେଶ ବାରଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ