Masthead

DRDO ତଥ୍ୟ ଲିକ୍ ଘଟଣାର ତଦନ୍ତ ପାଇଁ ବାଲେଶ୍ୱରରେ NIA ଟିମ୍

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଡିଆରଡିଓ ତଥ୍ୟ ଲିକ୍ ଘଟଣା । ବାଲେଶ୍ୱରରେ ପହଞ୍ଚିଲେ ଏନଆଇଏ ଟିମ୍ । ଡିଆରଡିଓ ତଥ୍ୟ ଲିକ୍ ନେଇ ୫ କର୍ମଚାରୀ ଗିରଫ ଘଟଣାର ଅଧିକ ତଦନ୍ତ କରିବ ଏନଆଇଏର ୨ ଜଣିଆ ଟିମ୍। ବାଲେଶ୍ୱର ଏସପିଙ୍କ କାର୍ୟ୍ୟାଳୟରେ ପହଞ୍ଚି ଅଧିକ ତଥ୍ୟ ସଂଗ୍ରହ କରିଛି ଏନଆଇଏ । ଏବେ ଏହି ମାମଲାର ତଦନ୍ତ ଓଡ଼ିଶା କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ କରୁଛି । ୫ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ ।

ମାମଲାର ମୁଖ୍ୟ ଅଭିଯୁକ୍ତ ବସନ୍ତ ବେହେରା ପାକିସ୍ତାନ ସୁନ୍ଦରୀଙ୍କ ସହ ଅଶ୍ଲୀଳ ଚାଟିଂ କରୁଥିଲା ବୋଲି ଜଣାପଡ଼ିଛି । ବସନ୍ତ ପ୍ରଥମେ ହନିଟ୍ରାପର ଶିକାର ହୋଇ ପରେ ଅନ୍ୟମାନଙ୍କୁ ସାମିଲ କରିଥିଲା । କେମିତି ଯାଉଥିଲା ଗୁପ୍ତତଥ୍ୟ ? ଗୁପ୍ତତଥ୍ୟ ଯୋଗାଣର ପୂରା ନେଟୱର୍କ କଣ ? ମୋଟ ୫ ଅଭିଯୁକ୍ତଙ୍କ ବାଦ ଆଉ କିଏ କିଏ ଏହି ରାକେଟରେ ସାମିଲ ? କାହିଁକି ଶତ୍ରୁଙ୍କ ଟାର୍ଗେଟରେ ତଳିଆ କର୍ମଚାରୀ ? ନେଟୱର୍କ ସମ୍ପର୍କରେ ଅଧିକାରୀ ଜାଣିଥିଲେ କି ନାହିଁ ? ଚାନ୍ଦିପୁର ଡିଆରଡିଓର ଗୁପ୍ତତଥ୍ୟ ଲିକ୍ ମାମଲା ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଏହି ସବୁ ଦିଗକୁ ଗୁରୁତ୍ୱ ଦେଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି