Masthead

କଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟା ଘଟଣାର ତଦନ୍ତ କରିବ ଏନଆଇଏ

ଶ୍ରୀନଗର(ବଡ଼ ଖବର ବ୍ୟୁରୋ): ଆତଙ୍କୀଙ୍କ କବଜାରେ ଏବେ ପୁରା ଜମ୍ମୁ-କଶ୍ମୀର। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରୁଥିବା ବେଳେ ଏହାର ଛାନଭିନ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମିଳିଛି । ତେବେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାୟ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । କଶ୍ମୀରରେ ରହୁଥିବାରୁ ବାହାର ରାଜ୍ୟର ଲୋକ ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି ।

ଏହା ପରେ ଏକ ବଡଧରଣର ଷଡଯନ୍ତ୍ର ଥିବା ଆଶଙ୍କା କରାଯାଉଛି । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏନଆଇଏକୁ ତଦନ୍ତ ଭାର ଦେଇଥିବା ଜଣାପଡିଛି । ତେବେ ଏନଆଇଏ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀନଗର ଠାରେ ଆତଙ୍କବାଦ ହମଲାର ଯାଞ୍ଜ କରିବ । ଶ୍ରୀନଗରରେ ଆତଙ୍କୀମାନେ କଶ୍ମୀର ପଣ୍ଡିତ ମଖନ ଲାଲ ବିନ୍ଦ୍ରୋ ଓ ବିହାରର ଷ୍ଟ୍ରିଟ ଭେଣ୍ଡର ବୀରେନ୍ଦ୍ର ପାଶ୍ୱାନଙ୍କୁ ହତ୍ୟା କରିଥିଲେ । ଆତଙ୍କବାଦୀମାନେ ମଖନ ଲାଲଙ୍କୁ ଓୈଷଧ ଦୋକାନରେ ଗୁଳି କରି ହତ୍ୟା କରିଥିଲେ । ଏହାର କିଛି ସମୟ ପରେ ବାନ୍ଦିପୋର ଠାରେ ଆତଙ୍କୀମାନେ ଟ୍ୟାକ୍ସ ଚାଳକ ମହମ୍ମଦ ଶରିଫ ଲୋନଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ଏବେ ଏନଆଇଏ ଡିଜି ଓ ଜମ୍ମୁ କଶ୍ମୀର ପୋଲିସ ଡିଜିଙ୍କ ମଧ୍ୟରେ ଶ୍ରୀନଗରରେ ବୈଠକ ହେବ । ଏହା ପରେ ଘଟଣାର ତଦନ୍ତ ଆରମ୍ଭ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !