Masthead

ଦେଶରେ ବଢୁଛି ଭୋକିଲାଙ୍କ ସଂଖ୍ୟା

(ବଡ଼ ଖବର ବ୍ୟୁରୋ):   ଦିନକୁ ଦିନ ଭାରତରେ ବଢୁଛି ଭୋକିଲାଙ୍କ ସଂଖ୍ୟା । ଭୋକିଲାଙ୍କ ତାଲିକାରେ ଭାରତ ତଳକୁ ଖସି ଆସିଛି । ୨୦୨୧ ବିଶ୍ୱ ଭୋକିଲା ତାଲିକାରେ ଭାରତର ସ୍ଥିତି ଏବେ ଶୋଚନୀୟ । ଭାରତ ଏହି କ୍ଷେତ୍ରରେ ଏବେ ୧୦୧ ତମ ସ୍ଥାନକୁ ଖସି ଆସିଛି । ସାରା ବିଶ୍ୱରେ ୧୧୬ ଦେଶକୁ ନେଇ କରାଯାଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ଅତ୍ୟନ୍ତ ଦୟନୀୟ ସ୍ଥିତି ରହିଛି । ୨୦୨୦ ତୁଳନାରେ ଏହା ଆହୁରି ୭ଟି ସ୍ଥାନ ତଳକୁ ଖସି ଯାଇଥିଲା । ୨୦୨୦ରେ ଭାରତ ୯୪ ସ୍ଥାନରେ ଥିଲା ।

ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ କିନ୍ତୁ ଭାରତ ଆଗରେ ରହିଛି । ତାଲିକାରେ ୭୬ ନମ୍ବରରେ ନେପାଳ ଓ ବାଂଲାଦେଶ ରହିଥିବା ବେଳେ ୭୧ରେ ମିଆଁମାର , ୯୨ରେ ପାକିସ୍ତାନ ରହିଛି । ଦେଖିବାକୁ ଗଲେ କୋଭିଡ ଦ୍ୱାରା ଦେଶରେ ଲଗାଯାଇଥିବା କଟକଣା ଯୋଗୁ ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଦୋହଲି ଯାଇଥିବା ଏହି ରିପୋର୍ଟରେ କୁହାଯାଇଛି । କରୋନା ପାଇଁ ଦେଶରେ ଗରିବ ଲୋକ ଆହୁରି ଗରିବ ହୋଇଯାଇଛନ୍ତି ।

ନିଜ ଝାଳ ବୁହାଇ ଦୀର୍ଘ ବର୍ଷ ଧରି ସଞ୍ଚୟ କରି ରଖିଥିବା ସମସ୍ତ ସଞ୍ଚିତ ଧନ ସରିଯାଇଛି । ଯାହା ପାଇଁ ଏବେ ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ କରେନାର ସ୍ଥିତିରେ ସୁଧାର ଆସିଛି ସତ ହେଲେ ଲେକମାନଙ୍କୁ କୌଣସି କାମଧନ୍ଦା ମିଳୁନି ।

ରିପୋର୍ଟ ଅନୁଯାୟୀ ଭାରତରେ ଶିଶୁ ଅପଚୟ ହାର ୧୯୯୮ରୁ ୨୦୦୨ ମଧ୍ୟରେ ୧୭.୧ ପ୍ରତିଶତରୁ ୨୦୧୬ ରୁ ୨୦୨୦ ମଧ୍ୟରେ ୧୭.୩ ପ୍ରତିଶତକୁ ବୃଦ୍ଧି ପାଇଛି । ଶିଶୁଙ୍କ ପୃଷ୍ଟିକରଣ, ଅପପୃଷ୍ଟି ଖାଦ୍ୟ ପରିମାଣ, ଖାଦ୍ୟରେ ଥିବା ପୋଷଣ, ଶିଶୁ ମୃତ୍ୟହାର ଭଳି ବିଭିନ୍ନ ଦିଗକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ । ୧୧୬ ଦେଶକୁ ନେଇ ପ୍ରସ୍ତୁତି ହୋଇଥିବା ତାଲିକାର ସବୁଠୁ ତଳେ ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆ ରହିଛି । ତେବେ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଖାଦ୍ୟ ସୁରକ୍ଷା ଏବେ ବିପଦରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ