Masthead

ମନ୍ତ୍ରୀଙ୍କୁ ହାତ ଯୋଡ଼ି ଗୁହାରି କଲେ ବୃଦ୍ଧ, ଠେଲି ଠେଲି ନେଇଗଲେ ଉପଜିଲ୍ଲାପାଳ

ବ୍ରହ୍ମଗିରି (ବଡ଼ ଖବର ବ୍ୟୁରୋ): ବସିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀଙ୍କ ମନରେ କ’ଣ ସାମାନ୍ୟ ଦୟା ବି ନାହିଁ । ଜଣେ ବୃଦ୍ଧ ଆସୁଛନ୍ତି । ଅତ୍ୟନ୍ତ ବିନମ୍ରତାର ସହିତ ହାତ ଯୋଡ଼ି ନେହୁରା ହେଉଛନ୍ତି । ତାଙ୍କର କ’ଣ ଅସୁବିଧା ହୋଇଛି ବୋଧେ । ମନ୍ତ୍ରୀଙ୍କୁ ଦେଖି ଗୁହାରୀ କରୁଛନ୍ତି । ସାମାନ୍ୟ ଦୟା ଯାହା ମନରେ ଥିବ ସେ ନିଶ୍ଚିତ ନିଜ ଜାଗାରୁ ଉଠିପଡ଼ିଥାନ୍ତା କିମ୍ବା ନିଜ ଜାଗାରେ ବସି କି ମଧ୍ୟ ସେ ଲୋକର ଦୁଃଖଟି ଶୁଣିଥାନ୍ତା । ତେଣେ ବରିଷ୍ଠ ନାଗରିକ ଅସହାୟ ଭାବେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି ମନ୍ତ୍ରୀ ଦୁଃଖ ଶୁଣିବେ କ’ଣ ଦେଖନ୍ତୁ ସେପଟୁ ମାଡ଼ି ଆସିଲେ ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁ । କେମିତି ଠେଲି ଠେଲି ନେଇ ଗଲେ ବୃଦ୍ଧଙ୍କୁ ।

ତାଙ୍କୁ ଅନ୍ୟ ସରକାରୀ ଅଧିକାରୀ ମଧ୍ୟ ଠେଲି ନେଉଛନ୍ତି । ଏଇଟା କ’ଣ ଗଣତନ୍ତ୍ର ନା ରାଜତନ୍ତ୍ର । ଜଣେ ଅସହାୟ ବୃଦ୍ଧ ପାଇଁ ସାମାନ୍ୟତମ ଦୟା ମନ୍ତ୍ରୀଙ୍କ ମନରେ ନାହିଁ । ଅନ୍ୟପକ୍ଷରେ ଏ କି ଆଚରଣ ଉପଜିଲ୍ଲାପାଳଙ୍କର । ସିଏ ଲୋକଙ୍କ ସେବକ ନା ନିଜକୁ ଲୋକଙ୍କ ଠାରୁ ବଡ଼ ବୋଲି ଭାବୁଛନ୍ତି । ଗଣତନ୍ତ୍ରରେ ଏଭଳି ହୁଏ କି ? ଏ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ବ୍ରହ୍ମଗିରିର ।

ବ୍ରହ୍ମଗିରିର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗ ଦେବାକୁ ଆସିଥିବାବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକୁ ଆପଣ ମଧ୍ୟ ଗୋଟେ କରୁଣ ଦୃଶ୍ୟ ବୋଲି କହିପାରନ୍ତି । ଯେତେବେଳେ ଗଣତନ୍ତ୍ରର ପ୍ରକୃତ ମାଲିକ ହାତ ଯୋଡେ ଆଉ ଯେଉଁମାନେ ଲୋକଙ୍କ ଭୋଟରେ ଜିତି ଲୋକଙ୍କ ଟ୍ୟାକ୍ସ ପଇସାରୁ ଦରମା ନିଅନ୍ତି ସେହିମାନେ ଯେତେବେଳେ ଏଭଳି ଅହଙ୍କାର ଦେଖାନ୍ତି ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କୁହାଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି