Masthead

ମନ୍ତ୍ରୀଙ୍କୁ ହାତ ଯୋଡ଼ି ଗୁହାରି କଲେ ବୃଦ୍ଧ, ଠେଲି ଠେଲି ନେଇଗଲେ ଉପଜିଲ୍ଲାପାଳ

ବ୍ରହ୍ମଗିରି (ବଡ଼ ଖବର ବ୍ୟୁରୋ): ବସିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀଙ୍କ ମନରେ କ’ଣ ସାମାନ୍ୟ ଦୟା ବି ନାହିଁ । ଜଣେ ବୃଦ୍ଧ ଆସୁଛନ୍ତି । ଅତ୍ୟନ୍ତ ବିନମ୍ରତାର ସହିତ ହାତ ଯୋଡ଼ି ନେହୁରା ହେଉଛନ୍ତି । ତାଙ୍କର କ’ଣ ଅସୁବିଧା ହୋଇଛି ବୋଧେ । ମନ୍ତ୍ରୀଙ୍କୁ ଦେଖି ଗୁହାରୀ କରୁଛନ୍ତି । ସାମାନ୍ୟ ଦୟା ଯାହା ମନରେ ଥିବ ସେ ନିଶ୍ଚିତ ନିଜ ଜାଗାରୁ ଉଠିପଡ଼ିଥାନ୍ତା କିମ୍ବା ନିଜ ଜାଗାରେ ବସି କି ମଧ୍ୟ ସେ ଲୋକର ଦୁଃଖଟି ଶୁଣିଥାନ୍ତା । ତେଣେ ବରିଷ୍ଠ ନାଗରିକ ଅସହାୟ ଭାବେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି ମନ୍ତ୍ରୀ ଦୁଃଖ ଶୁଣିବେ କ’ଣ ଦେଖନ୍ତୁ ସେପଟୁ ମାଡ଼ି ଆସିଲେ ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁ । କେମିତି ଠେଲି ଠେଲି ନେଇ ଗଲେ ବୃଦ୍ଧଙ୍କୁ ।

ତାଙ୍କୁ ଅନ୍ୟ ସରକାରୀ ଅଧିକାରୀ ମଧ୍ୟ ଠେଲି ନେଉଛନ୍ତି । ଏଇଟା କ’ଣ ଗଣତନ୍ତ୍ର ନା ରାଜତନ୍ତ୍ର । ଜଣେ ଅସହାୟ ବୃଦ୍ଧ ପାଇଁ ସାମାନ୍ୟତମ ଦୟା ମନ୍ତ୍ରୀଙ୍କ ମନରେ ନାହିଁ । ଅନ୍ୟପକ୍ଷରେ ଏ କି ଆଚରଣ ଉପଜିଲ୍ଲାପାଳଙ୍କର । ସିଏ ଲୋକଙ୍କ ସେବକ ନା ନିଜକୁ ଲୋକଙ୍କ ଠାରୁ ବଡ଼ ବୋଲି ଭାବୁଛନ୍ତି । ଗଣତନ୍ତ୍ରରେ ଏଭଳି ହୁଏ କି ? ଏ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ବ୍ରହ୍ମଗିରିର ।

ବ୍ରହ୍ମଗିରିର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗ ଦେବାକୁ ଆସିଥିବାବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକୁ ଆପଣ ମଧ୍ୟ ଗୋଟେ କରୁଣ ଦୃଶ୍ୟ ବୋଲି କହିପାରନ୍ତି । ଯେତେବେଳେ ଗଣତନ୍ତ୍ରର ପ୍ରକୃତ ମାଲିକ ହାତ ଯୋଡେ ଆଉ ଯେଉଁମାନେ ଲୋକଙ୍କ ଭୋଟରେ ଜିତି ଲୋକଙ୍କ ଟ୍ୟାକ୍ସ ପଇସାରୁ ଦରମା ନିଅନ୍ତି ସେହିମାନେ ଯେତେବେଳେ ଏଭଳି ଅହଙ୍କାର ଦେଖାନ୍ତି ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କୁହାଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘରେ ପଶି ଦଳିଦେଲା ଦନ୍ତା 🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 ଘରେ ପଶି ଦଳିଦେଲା ଦନ୍ତା 🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା!