Masthead

ମିଳିଲାନି ମହାପ୍ରୟାଣ ଗାଡ଼ି, ଟ୍ରଲିରେ ବୁହାହେଲା ଶବ

କଟକ (ବଡ଼ ଖବର ବ୍ୟୁରୋ): ନା ମିଳିଲା ଆତ୍ମୀୟପରିଜନଙ୍କ କାନ୍ଧ ନା ମିଳିଲା ମହାପ୍ରୟାଣ ଗାଡି । ଶେଷରେ ଟ୍ରଲିରେ ବୁହାହେଲା ଶବ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭାଇଚାରା ସହର କୁହାଯାଉଥିବା କଟକ ଶେଖ୍ ବଜାର ଅଞ୍ଚଳରେ । ଯେଉଁଠାରେ ଏମ୍ସ ପ୍ଲସ ହସ୍ପିଟାଲ ପ୍ରସ୍ତୁତ କରାଯାଉଛି ସେଠି ଟ୍ରଲିରେ ବୁହା ହେଉଛି ଶବ । ଜଣେ ବ୍ୟକ୍ତିଙ୍କ ମୃତ ଶରୀରକୁ ଟ୍ରଲି ଯୋଗେ ମଶାଣିକୁ ନିଆଯାଉଛି ତାହା ବି କିଛି ବଦାନ୍ୟ ବ୍ୟକ୍ତି ଏବଂ କିଛି ସାମାଜିକ ଅନୁଷ୍ଠାନ ପକ୍ଷରୁ ।

କଟକ ସତୀ ଚଉରା ମଶାଣିରେ ଶବ ସତ୍କାର କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲେ କଟକ ବାରବାଟି ବିଧାୟକ, ଜିଲ୍ଲାପାଳ, ମେୟର ଏବଂ ସ୍ଥାନୀୟ କର୍ପୋରେଟର? ଏପଟେ ମେୟର ମୋ ୱାର୍ଡ଼ ବୁଲି ବୁଲି ଲୋକଙ୍କ ସମସ୍ୟା ବୁଝିଥିବାବେଳେ ଏଭଳି ଅବ୍ୟବସ୍ଥା ସହଜରେ ଗ୍ରହଣ କରିପାରୁ ନାହାନ୍ତି କଟକବାସୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ