Masthead

ବିପଦ ସଂଙ୍କୁଳ ଅବସ୍ଥାରେ ଥାନାଗୃହ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ବିପଦ ସଂଙ୍କୁଳ ଅବସ୍ଥାରେ ବାଂଶଡା ଥାନାଗୃହ । ନୂତନ ଥାନା କାର୍ଯ୍ୟାଳୟ ପାଇଁ ଅଞ୍ଚଳ ବାସୀଙ୍କ ଦାବି । ବିପଦ ପୂର୍ଣ୍ଣଭାବେ କାର୍ଯ୍ୟ କରୁଛନ୍ତି ପୋଲିସ କର୍ମଚାରୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ । ଦୀର୍ଘବର୍ଷ ଧରି ତିଆରି ହୋଇଥିବା ବାଂଶଡା ଥାନା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ପୋଲିସ କାର୍ଯ୍ୟ କରୁଥିବା ସ୍ଥାନରେ ଛାତ ଫାଟି ରଡ ଦେଖା ଯାଉଛି ।

ଚାରିଆଡ଼େ ଛାତଫାଟି ଆଁ କରିଛି । ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପୋଲିସ କର୍ମଚାରୀ ମାନେ। ଏନେଇ ଅଞ୍ଚଳ ବାସୀଙ୍କ ଅଭିଯୋଗ ଦେଖିବାକୁ ମିଳିଛି । ସେମାନଙ୍କ କହିବା କଥା ସୁରକ୍ଷା ଦେଉଥିବା ସୁରକ୍ଷା ଦାତା ପୋଲିସ କର୍ମଚାରୀ ଯେଉଁଠି ସୁରକ୍ଷିତ ନୁହେଁ ସୁରକ୍ଷା ପାଇଁ ଥାନାକୁ ଯାଇଥିବା ଲୋକଟି କେତେ ସୁରକ୍ଷିତ ଏଥିରୁ ଜଣା ପଡୁଛି। ଅଞ୍ଚଳ ବାସୀଙ୍କ ଅଭିଯୋଗ ରାଜ୍ୟ ସରକାର ଏଥିରେ ତଦନ୍ତ କରି ନୂତନ ଥାନାଗୃହ ଯୋଗାଇ ଦେବା ସହିତ ପୋଲିସ କର୍ମଚାରୀ ରହିବା ପାଇଁ ନୂତନ ଗୂହ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ