Masthead

ବିପଦ ସଂଙ୍କୁଳ ଅବସ୍ଥାରେ ଥାନାଗୃହ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ବିପଦ ସଂଙ୍କୁଳ ଅବସ୍ଥାରେ ବାଂଶଡା ଥାନାଗୃହ । ନୂତନ ଥାନା କାର୍ଯ୍ୟାଳୟ ପାଇଁ ଅଞ୍ଚଳ ବାସୀଙ୍କ ଦାବି । ବିପଦ ପୂର୍ଣ୍ଣଭାବେ କାର୍ଯ୍ୟ କରୁଛନ୍ତି ପୋଲିସ କର୍ମଚାରୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ । ଦୀର୍ଘବର୍ଷ ଧରି ତିଆରି ହୋଇଥିବା ବାଂଶଡା ଥାନା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ପୋଲିସ କାର୍ଯ୍ୟ କରୁଥିବା ସ୍ଥାନରେ ଛାତ ଫାଟି ରଡ ଦେଖା ଯାଉଛି ।

ଚାରିଆଡ଼େ ଛାତଫାଟି ଆଁ କରିଛି । ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପୋଲିସ କର୍ମଚାରୀ ମାନେ। ଏନେଇ ଅଞ୍ଚଳ ବାସୀଙ୍କ ଅଭିଯୋଗ ଦେଖିବାକୁ ମିଳିଛି । ସେମାନଙ୍କ କହିବା କଥା ସୁରକ୍ଷା ଦେଉଥିବା ସୁରକ୍ଷା ଦାତା ପୋଲିସ କର୍ମଚାରୀ ଯେଉଁଠି ସୁରକ୍ଷିତ ନୁହେଁ ସୁରକ୍ଷା ପାଇଁ ଥାନାକୁ ଯାଇଥିବା ଲୋକଟି କେତେ ସୁରକ୍ଷିତ ଏଥିରୁ ଜଣା ପଡୁଛି। ଅଞ୍ଚଳ ବାସୀଙ୍କ ଅଭିଯୋଗ ରାଜ୍ୟ ସରକାର ଏଥିରେ ତଦନ୍ତ କରି ନୂତନ ଥାନାଗୃହ ଯୋଗାଇ ଦେବା ସହିତ ପୋଲିସ କର୍ମଚାରୀ ରହିବା ପାଇଁ ନୂତନ ଗୂହ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି