Masthead

ସରଳତାରେ ମନ ଜିଣିଲେ ପ୍ରେସିଡେଣ୍ଟ

ଭୁବନେଶ୍ୱର(ବଡ ଖବର ବ୍ୟୁରୋ): ଶନିବାର ଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ୱିତୀୟ ତଥା ଶେଷ ଦିନ । ସକାଳୁ ସକାଳୁ ରାଷ୍ଟ୍ରପତିଙ୍କ କାଫିଲା ପହଂଚିଥିଲା ଏକାମ୍ର୍ କ୍ଷେତ୍ର ତଥା ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଂଗରାଜଙ୍କ ମନ୍ଦିର ସମ୍ମୁଖରେ । ତେବେ ପ୍ରଭୁଙ୍କ ଦର୍ଶନ ପୂର୍ବରୁ ଦ୍ରୌପଦୀ ଯାଇଥିଲେ ବିନ୍ଦୁ ସାଗର ନିକଟକୁ । ଜୋତା ଖୋଲି ଖାଲି ପାଦରେ । ରାଷ୍ଟ୍ରପତିଙ୍କୁ ଦେଖି ତାଙ୍କ ସୁରକ୍ଷାକର୍ମୀମାନେ ମଧ୍ୟ ଖାଲି ପାଦରେ ଯାଇଥିଲେ ବିନ୍ଦୁ ସାଗର । ସେଠାରୁ ଫେରି ମନ୍ଦିରକୁ ଆସିଥିଲେ ମହାମହିମ । ମହାଦେବଙ୍କୁ ଦର୍ଶନ କରି କରିଥିଲେ ଜଳାଭିଷେକ ।

ସେବାୟତମାନେ ପ୍ରଭୁଙ୍କ କୋଠଭୋଗ, ମୁଆଁ ଓ କୋରା ଖଇ ପ୍ରଦାନ ଦେଇଥିଲେ । ଦର୍ଶନ ପରେ ନିଜର ଅନୁଭୂତିକୁ ଭିଜିଟିଂ ନୋଟରେ ଉଲ୍ଲେଖ କରିଥିଲେ ରାଷ୍ଟ୍ରପତି । ସେ ଲେଖିଥିଲେ, ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରର ଶାନ୍ତ ଓ ସ୍ନିଗ୍ଧ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରି ମୁଁ ଦିବ୍ୟ ଆନନ୍ଦ ଲାଭ କରିଛି । ଦେଶବାସୀଙ୍କ ସୁଖ, ସମୃଦ୍ଧି ତଥା ବିଶ୍ୱ କଲ୍ୟାଣ ପାଇଁ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।

ତେବେ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମ ସମୟରେ ନିଜର ସରଳତାରେ ସମସ୍ତଙ୍କ ମନମୋହିଥିଲେ । ରାଷ୍ଟ୍ରପତିଙ୍କୁ ଦେଖିବାକୁ ଆସିଥିବା କୁନି କୁନି ପିଲାଙ୍କଠାରୁ ଗୋଲାପ ଫୁଲ ନେଇଥିଲେ ଓ ସେମାନଙ୍କୁ ଚକୋଲେଟ ଉପହାର ଦେଇଥିଲେ ।ଭୁବନେଶ୍ୱର କାର୍ଯ୍ୟକ୍ରମ ପରେ କଟକରେ ରାଇସ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି । ଏହାପରେ ସେ ଦିଲ୍ଲୀ ଅଭିମୁଖେ ଫେରିଯାଇଥିଲେ । ଏୟାରପୋର୍ଟରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ସମେତ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱମାନେ ବିଦାୟ ଜଣାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍ 🔴 ୨୦ ତାରିଖ ଯାଏଁ ପ୍ରବଳ ବର୍ଷା! 🔴 ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ 🔴 ସମ୍ପତ୍ତି ପାଇଁ ପୁଅକୁ ହତ୍ୟା 🔴 ତାରା ବାହିନୀପତିଙ୍କୁ ମାଡ଼! 🔴 ପୂର୍ବତନ ଜିଲ୍ଲା ପରିଷଦଙ୍କୁ ଆକ୍ରମଣ 🔴 ବାବାଙ୍କ ନାଁରେ ସଙ୍ଗୀନ ଅଭିଯୋଗ 🔴 ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ, ଧରାପଡିଲେ ବ୍ୟକ୍ତି 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍ 🔴 ୨୦ ତାରିଖ ଯାଏଁ ପ୍ରବଳ ବର୍ଷା! 🔴 ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ 🔴 ସମ୍ପତ୍ତି ପାଇଁ ପୁଅକୁ ହତ୍ୟା 🔴 ତାରା ବାହିନୀପତିଙ୍କୁ ମାଡ଼! 🔴 ପୂର୍ବତନ ଜିଲ୍ଲା ପରିଷଦଙ୍କୁ ଆକ୍ରମଣ 🔴 ବାବାଙ୍କ ନାଁରେ ସଙ୍ଗୀନ ଅଭିଯୋଗ 🔴 ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ, ଧରାପଡିଲେ ବ୍ୟକ୍ତି