Masthead

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବିସ୍ତାର କରାଯିବ ନାହିଁ: ସୁଧାଂଶୁ ପାଣ୍ଡେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଖାଦ୍ୟ ବିଭାଗର ସଚିବ ସୁଧାଂଶୁ ପାଣ୍ଡେ ମାଗଣା ରାସନକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ନଭେମ୍ବର ୩୦ ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବୃଦ୍ଧି କରିବାର କୌଣସି ପ୍ରସ୍ତାବ ନାହିଁ । କାହିିଁକିନା ଅର୍ଥନୀତି ବର୍ତ୍ତମାନ ପୁନରୁଦ୍ଧାର ଆଡ଼କୁ ଗତି କରୁଛି । ତେଣୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବିସ୍ତାର କରିବାର କୌଣସି ଯୋଜନା ନାହିଁ ବୋଲି ଖାଦ୍ୟ ବିଭାଗ ସଚିବ ସ୍ପଷ୍ଟ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ସରଗରମ ହୋଇ ଉଠିଛି । ସେପଟେ କରୋନା ଦ୍ୱାରା ସୃଷ୍ଟି ହୋଇଥିବା ସଙ୍କଟକୁ ଦୂର କରିବା ପାଇଁ ମାର୍ଚ୍ଚ ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରାଯାଇଥିଲା । ଏହି ଯୋଜନା ପ୍ରଥମେ ଏପ୍ରିଲ-ଜୁନ ୨୦୨୦ ଅବଧି ପାଇଁ ଆରମ୍ଭ କରାଯାଇଥିଲା । କିନ୍ତୁ ପରେ ନଭେମ୍ବର ୩ହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଅନ୍ୟପଟେ PMGKAY ଅଧୀନରେ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ NFSA ଅନୁଯାୟୀ ୮୦ କୋଟି ରାସନ କାର୍ଡଧାରୀଙ୍କୁ ମାଗଣା ରାସନ ଯୋଗାଉଛନ୍ତି । ସେମାନଙ୍କୁ ରାସନ ଦୋକାନ ମାଧ୍ୟମରେ ସବସିଡିଯୁକ୍ତ ଖାଦ୍ୟ ଶସ୍ୟ ବ୍ୟତୀତ ମାଗଣା ରାସନ ଦିଆଯାଏ । ଏହା ଛଡ଼ା ପ୍ରମୁଖ ଖାଇବା ତୈଳ କମ୍ପାନୀଗୁଡ଼ିକ ହୋଲସେଲ ମୂଲ୍ୟ ଲିଟର ପିଛା ୪-୭ ଟଙ୍କାର ହ୍ରାସ କରିଛନ୍ତି । ଏହା ସହ ଘରୋଇ ସୋୟାବିନ ଏବଂ ଭୂମି ବାଦାମ ଅମଳ ଚଳିତ ବର୍ଷ ଉଠୁଥିବାବେଳେ ସୋରିଷ ବୁଣିବାର ପ୍ରାରମ୍ଭିକ ରିପୋର୍ଟ ଅତ୍ୟନ୍ତ ଉତ୍ସାହଜନକ ଓ ବହୁ ପରିମାଣର ଫସଲ ହେବାର ଆଶା ରହିଛି ବୋଲି ଖାଦ୍ୟ ବିଭାଗର ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ଆମଦାନୀ ମାଧ୍ୟମରେ ଭାରତ ଏହାର ଖାଇବା ତେଲ ଆବଶ୍ୟକତାର ୬୦ ପ୍ରତିଶତରୁ ଅଧିକ ପୂରଣ କରେ । ବିଶ୍ୱ ମୂଲ୍ୟରେ ଯେକୌଣସି ବୃଦ୍ଧି ସ୍ଥାନୀୟ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ମୂଲ୍ୟକୁ ରୋକିବା ପାଇଁ ସରକାର ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଆମଦାନୀ ଶୁକ୍ଳ ହ୍ରାସ କରିବା ସହିତ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଖାଦ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି