Masthead

ଜେଲରୁ ଚମ୍ପଟ ମାରିଥିବା କଏଦୀ ଗିରଫ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଟିଟିଲାଗଡ ସବ ଜେଲରୁ ଜେଲ ବାଡ ଡେଇଁ ଫେରାର ମାରିଥିବା ଦୁଇ ହତ୍ୟା ଅଭିଯୁକ୍ତ ମଧ୍ୟରୁ ଜଣେ ଗିରଫ। ୨୧ ଦିନ ପରେ ଦିଲ୍ଲୀରୁ ଗିରଫ କଲା ପୋଲିସ୍। ଗିରଫ ପରେ ଜେଲକୁ ନେଇ ସିନ ରିକ୍ରିଏସନ୍ କରିଛି ପୋଲିସ୍। ଫେରାର ଥିବା ଅନ୍ୟ ଜଣେ କଏଦୀକୁ ଧରିବା ପାଇଁ ତନାଘନା ଜାରି ରଖିଛି। ଗତ ମାର୍ଚ୍ଚ ୯ ତାରିଖର ଟିଟିଲାଗଡ ସବ ଜେଲରୁ ଦୁଇ ହତ୍ୟା ଅଭିଯୁକ୍ତ ଶୋଭବନ୍ ରଣା ଓ ସୁମିତ ବିହାରୀ ଜେଲର ବାଡ ଡେଇଁ ରାତିରେ ଫେରାର ହୋଇଥିଲେ।

ଯାହାକୁ ନେଇ ପୋଲିସ୍ ଓ ଜେଲ ଡିଆଇଜି ମିଳିତ ଭାବରେ ଏହାର ତଦନ୍ତ ଆରମ୍ଭ କରିଥିଲେ। ଏବଂ ଏଥିରେ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାର ଦୁଇ ଜଣ ୱାଡ଼ରଙ୍କୁ ଚାକିରିରୁ ନିଲମ୍ବିତ କରା ଯାଇଥିଲା। ତେବେ ପୋଲିସର ତିନୋଟି ଟିମ୍ ଗଠନ କରା ଯାଇ ଫେରାର କଏଦୀମାନଙ୍କୁ ଧରିବା ପାଇଁ ପୋଲିସ୍ ତନାଘନା ଜାରି ରଖିଥିଲା। ଏବଂ ପୋଲିସର ଗୁଇନ୍ଦା ତଥା ଆଇଟି ଓ ସାଇବର ଟିମର ସହାୟତାରେ ପୋଲିସ୍ ଜଣେ କଏଦୀ ସୁମିତ ବିହାରୀଙ୍କୂ ଦିଲ୍ଲୀରୁ ଗିରଫ କରିବାରେ ସଫଳ ହୋଇଛି। ଏବଂ ଆଜି ତାକୁ ପୋଲିସ୍ ସଂପୃକ୍ତ ଜେଲକୁ ନେଇ ସିନ ରିକ୍ରିଏସନ କରିଛି।

ସେହିପରି ତାକୁ କୋର୍ଟ ଚାଲାଣ କରିଛି ପୋଲିସ୍। ଅନ୍ୟପଟେ ଆଜି ବି ଆଉ ଜଣେ ଫେରାର ହତ୍ୟା ଅଭିଯୁକ୍ତକୁ ପୋଲିସ୍ ଧରିବାରେ ସଫଳ ହୋଇ ପାରି ନାହିଁ । ଏବଂ ତାକୁ ଧରିବା ପାଇଁ ପୋଲିସ ତନାଘନା ଜାରି ଥିବାର ଜଣା ପଡ଼ିଛି। ସୂଚନାଯୋଗ୍ୟ ଯେ ଫେରାର ବିଚାରଧୀନ କଏଦୀ ଶୋଭାବନ୍ ରଣା ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଶିଶୁ ବଳି ଓ ହତ୍ୟା ଅଭିଯୋଗରେ ବିଗତ ଚାରି ବର୍ଷରୁ ଏହି ଜେଲରେ ଥିଲା। ସେହିପରି ସୁମିତ ବିହାରୀ ଦୁଇ ବର୍ଷ ପୂର୍ବରୁ ନିଜ ଭଣଜାଙ୍କ ହତ୍ୟା ଅଭିଯୋଗରେ ଏଠି ବିଚାରଧୀନ କଏଦୀ ଭାବରେ ଥିଲା। ଏବଂ ଗତ ୯ ମାର୍ଚ୍ଚରେ ଉଭୟ ଜେଲରୁ ଫେରାର ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ