Masthead

ଜଣେ ୪୦୬ଙ୍କୁ ପଜିଟିଭ କରିବା ଆଶଙ୍କା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଏଥିପାଇଁ ସରକାର କୋଭିଡ ଗାଇଡ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ନପିନ୍ଧିିଲେ ଓ ସାମାଜିକ ଦୂରତା ନରଖିଲେ ସଂକ୍ରମଣର ବିପଦ ଭୟଙ୍କର ରହିବ ବୋଲି ଆଶା କରାଯାଉଛି ।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଜଣେ କରୋନା ସଂକ୍ରମିତ ବ୍ୟକ୍ତି ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବେ । ଏକ ରିପୋର୍ଟକୁ ଆଧାର କରି କୁହାଯାଇଛି ଜଣେ ସଂକ୍ରମିତ ବ୍ୟକ୍ତି ୫ ଦିନ ଭିତରେ ୨ ଜଣ ବ୍ୟକ୍ତିଙ୍କୁ ସିଧାସଳଖ ସଂକ୍ରମିତ କରାନ୍ତି । ତେବେ ୩୦ ଦିନ ମଧ୍ୟରେ ଏହା ୪୦୬ ଜଣ ସଂକ୍ରମିତ ହେବେ । ୫୦ ପ୍ରତିଶତ ସାମାଜିକ ଦୂରତ୍ୱ ରହିଲେ ଜଣେ ସଂକ୍ରମିତଙ୍କ ଦ୍ୱାରା ୩୦ ଦିନ ମଧ୍ୟରେ ମାତ୍ର ୧୫ ଜଣ ଲୋକ ସଂକ୍ରମିତ ହେବେ । ଯଦି ୭୫ ପ୍ରତିଶତ ସାମାଜିକ ଦୂରତା ରହିବ ତେବେ ୩୦ ଦିନ ମଧ୍ୟରେ ୨ ଜଣକୁ ସଂକ୍ରମିତ କରିପାରିବ ।

ସେହିଭଳି ଯଦି ଜଣେ ସଂକ୍ରମିତ ବ୍ୟକ୍ତି ମାସ୍କ ବ୍ୟବହାର କରନ୍ତି ଓ ସଂକ୍ରମିତ ହୋଇନଥିବା ବ୍ୟକ୍ତି ମାସ୍କ ପିନ୍ଧି ସଂକ୍ରମିତ ବ୍ୟକ୍ତିଙ୍କ ୬ ଫୁଟ ଦୂରତାରେ ଆସନ୍ତି ତେବେ ସଂକ୍ରମଣର ବିପଦ ବହୁତ କମ ରହିବ । ଯଦି ୬ ଫୁଟ ଦୂରତା ନରୁହେ ତେବେ ସଂକ୍ରମଣ ୧୫ ପ୍ରତିଶତ ରହିବାର ଆଶଙ୍କା ରହିଛି । ଯଦି ମାସ୍କ ପିନ୍ଧିବା ଓ ସାମଜିକ ଦୂରତା ରକ୍ଷା କରାଯାଏ ତେବେ ସଂକ୍ରମଣ ବଢିବାର ଆଶଙ୍କା କମ ରହିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ