Masthead

ଆରଏସଏସ ଓ ବିଜେପି ହିନ୍ଦୁ ନୁହଁନ୍ତି; ସେମାନେ କେବଳ ହିନ୍ଦୁ ଧର୍ମର ବ୍ୟବହାର କରନ୍ତି !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣିଥରେ ନିଜ ବୟାନକୁ ନେଇ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚର୍ଚ୍ଚାରେ ରହିଛନ୍ତି । ଏଥର ଆରଏସଏସ ଏବଂ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଆରଏସଏସ ଓ ବିଜେପିରେ ଥିବା ଲୋକମାନେ ହିନ୍ଦୁ ନୁହଁନ୍ତି । ସେମାନେ କେବଳ ହିନ୍ଦୁ ଧର୍ମ ବ୍ୟବହାର କରୁଛନ୍ତି ବୋଲି ଅଲ ଇଣ୍ଡିଆ ମହିଳା କଂଗ୍ରେସର ମୂଳ ଦିବସ କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି । ଏହା ସହ ଆରଏସଏସ ଏବଂ ବିଜେପିର ଲୋକମାନେ ମହିଳା ଶକ୍ତିକୁ ଦମନ କରୁଛନ୍ତି ଏବଂ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ମୁଁ ଅନ୍ୟ ଯେକୌଣସି ପାର୍ଟି କିମ୍ବା ସଙ୍ଗଠନ ସହ ଜଡ଼ିତ ହୋଇ ପାରିବି ହେଲେ ଏହି ଦୁଇଟି ସଂସ୍ଥା ସହ କେବେବି ମୁଁ ଜଡ଼ିତ ହୋଇ ପାରିବି ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ସେମାନେ ନିଜକୁ ହିନ୍ଦୁ ଦଳ ବୋଲି କହି ସାରା ଦେଶରେ ଲକ୍ଷ୍ମୀ ଏବଂ ଦୁର୍ଗା ଉପରେ ଆକ୍ରମଣ କରିଥାନ୍ତି । ଏପରିକି କେଉଁଠି ମା’ ଲକ୍ଷ୍ମୀଙ୍କ ଉପରେ କୁହନ୍ତି ତ ଆଉ କେଉଁଠି ମା’ ଦୁର୍ଗାଙ୍କ ବିଷୟରେ କହିଥାନ୍ତି । ସେମାନେ ହିନ୍ଦୁ ଧର୍ମ ବ୍ୟବହାର କରନ୍ତି, ଧର୍ମକୁ ଦଲାଲି କରିଥାନ୍ତି । ଅପରପକ୍ଷରେ ବିଜେପି ଏବଂ ଆରଏସଏସ ଲୋକମାନେ ସାରା ଦେଶରେ ଭୟ ଖେଳେଇଛନ୍ତି । ଦେଶରେ କୃଷକମାନେ, ମହିଳାମାନେ ଭୟଭୀତ ହୋଇ ରହିଛନ୍ତି । ଆରଏସଏସ ମହିଳାମାନଙ୍କ ଶକ୍ତିକୁ ଦମନ କରିଥାଏ । କିନ୍ତୁ କଂଗ୍ରେସ ସଙ୍ଗଠନ ମହିଳା ଶକ୍ତି ପାଇଁ ସମାନ ପ୍ଲାଟଫର୍ମ ଦେଉଛି ଏବଂ କଂଗ୍ରେସ ସବୁବେଳେ ମହିଳାଙ୍କ ସହ ରହିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ