Masthead

ଆରଏସଏସ ଓ ବିଜେପି ହିନ୍ଦୁ ନୁହଁନ୍ତି; ସେମାନେ କେବଳ ହିନ୍ଦୁ ଧର୍ମର ବ୍ୟବହାର କରନ୍ତି !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣିଥରେ ନିଜ ବୟାନକୁ ନେଇ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚର୍ଚ୍ଚାରେ ରହିଛନ୍ତି । ଏଥର ଆରଏସଏସ ଏବଂ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଆରଏସଏସ ଓ ବିଜେପିରେ ଥିବା ଲୋକମାନେ ହିନ୍ଦୁ ନୁହଁନ୍ତି । ସେମାନେ କେବଳ ହିନ୍ଦୁ ଧର୍ମ ବ୍ୟବହାର କରୁଛନ୍ତି ବୋଲି ଅଲ ଇଣ୍ଡିଆ ମହିଳା କଂଗ୍ରେସର ମୂଳ ଦିବସ କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି । ଏହା ସହ ଆରଏସଏସ ଏବଂ ବିଜେପିର ଲୋକମାନେ ମହିଳା ଶକ୍ତିକୁ ଦମନ କରୁଛନ୍ତି ଏବଂ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ମୁଁ ଅନ୍ୟ ଯେକୌଣସି ପାର୍ଟି କିମ୍ବା ସଙ୍ଗଠନ ସହ ଜଡ଼ିତ ହୋଇ ପାରିବି ହେଲେ ଏହି ଦୁଇଟି ସଂସ୍ଥା ସହ କେବେବି ମୁଁ ଜଡ଼ିତ ହୋଇ ପାରିବି ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ସେମାନେ ନିଜକୁ ହିନ୍ଦୁ ଦଳ ବୋଲି କହି ସାରା ଦେଶରେ ଲକ୍ଷ୍ମୀ ଏବଂ ଦୁର୍ଗା ଉପରେ ଆକ୍ରମଣ କରିଥାନ୍ତି । ଏପରିକି କେଉଁଠି ମା’ ଲକ୍ଷ୍ମୀଙ୍କ ଉପରେ କୁହନ୍ତି ତ ଆଉ କେଉଁଠି ମା’ ଦୁର୍ଗାଙ୍କ ବିଷୟରେ କହିଥାନ୍ତି । ସେମାନେ ହିନ୍ଦୁ ଧର୍ମ ବ୍ୟବହାର କରନ୍ତି, ଧର୍ମକୁ ଦଲାଲି କରିଥାନ୍ତି । ଅପରପକ୍ଷରେ ବିଜେପି ଏବଂ ଆରଏସଏସ ଲୋକମାନେ ସାରା ଦେଶରେ ଭୟ ଖେଳେଇଛନ୍ତି । ଦେଶରେ କୃଷକମାନେ, ମହିଳାମାନେ ଭୟଭୀତ ହୋଇ ରହିଛନ୍ତି । ଆରଏସଏସ ମହିଳାମାନଙ୍କ ଶକ୍ତିକୁ ଦମନ କରିଥାଏ । କିନ୍ତୁ କଂଗ୍ରେସ ସଙ୍ଗଠନ ମହିଳା ଶକ୍ତି ପାଇଁ ସମାନ ପ୍ଲାଟଫର୍ମ ଦେଉଛି ଏବଂ କଂଗ୍ରେସ ସବୁବେଳେ ମହିଳାଙ୍କ ସହ ରହିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି