Masthead

ଆମେରିକା ଛାତିରେ ଛନକା, ଆଫଗାନରୁ ଆକ୍ରମଣ କରିବ ଅଲକାଏଦା !

ୱାଶିଂଟନ( ବଡ଼ ଖବର ) :ତାଲିବାନ ଆଫଗାନ ଦଖଲ କରିବା ପରେ ଆମେରିକା ପାଇଁ ବିପଦ ଘନେଇଛି। ତାଲିବାନ ସହାୟତାରେ ଅଲକାଏଦା ପୁଣିଥରେ ଆଫଗାନରେ ନିଜ ସଂଗଠନ ସଜାଡୁଛି। ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଆଫଗାନ ବେସ୍‌ରୁ ଆମେରିକା ଉପରେ ଆକ୍ରମଣ କରିବ ଅଲକାଏଦା । ଆମେରିକା ଗୁଇନ୍ଦା ସଂସ୍ଥାର ଏମିତି କିଛି ସତର୍କ ବାଣୀ ଯାହା ସାରା ବିଶ୍ଵକୁ ଚମକେଇ ଦେଇଛି।

ଆମେରିକାର ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ନିର୍ଦ୍ଦେଶକ ସ୍କଟ ବେରିଅର କହିଛନ୍ତି, ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ଅଲକାଏଦା ନିଜକୁ ପୁଣିଥରେ ସଶକ୍ତ କରିବା ଆରମ୍ଭ କରିଛି। ଆଫଗାନରେ ନିଜର ସଂଗଠନକୁ ସୁଦୃଢ଼ କରି ଅଲକାଏଦା ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଆମେରିକା ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି। ଆମେ ଏବେ ଆଫଗାନରୁ ସବୁ ପ୍ରକାରର ସୂଚନା ପୁଣିଥରେ ହାସଲ କରିବାକୁ ପ୍ରୟାସ କରୁଛୁ। ପୂର୍ବରୁ ଆମେ ଯେଉଁଭଳି କାମ କରୁଥିଲୁ ଏବେ ସେହି ଆଧାରରେ କାମ କରୁଛୁ। କିନ୍ତୁ ଆମକୁ ଆଗକୁ ସତର୍କତାର ସହ କରିବାକୁ ପଡ଼ିବ। କାରଣ ଆମକୁ ତଥ୍ୟ ଦେଉଥିବା ଲୋକଙ୍କ ପ୍ରତି ମଧ୍ୟ ଆଫଗାନରେ ବିପଦ ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି।

ସେହିପରି ସିଆଇଏ ନିର୍ଦ୍ଦେଶକ ଡାଭିଡ କୋହେନ ମଧ୍ୟ କହିଛନ୍ତି ଆଫଗାନକୁ ତାଲିବାନ ଦଖଲ କରିବା ପରେ ଅଲକାଏଦା ସକ୍ରିୟ ହୋଇ ଉଠିଛି। ତେଣୁ ଏହାକୁ ରୋକିବା ପାଇଁ ଆମେରିକାକୁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ପଡିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି