Masthead

ଯେବେ ରାଜମାର୍ଗରେ ଦିଶିବ ଭାରତର ବ୍ରହ୍ମାସ୍ତ୍ର, ଥରିଉଠିବ ଶତ୍ରୁର ଛାତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ସରିଛି ରିର୍ହରସେଲ । ସାରା ଦେଶରେ ଫର ଫର ହୋଇ ଉଡିବ ତ୍ରିରଙ୍ଗା । ସେନା ଦେଖାଇବ ବୀରତ୍ୱ । ଦେଶର ଶକ୍ତି ଦେଖିବ ସାରା ବିଶ୍ୱ । ସାବଧାନ ହୋଇଯାଅ ଶତ୍ରୁ । ଏଣିକି ନାଲିଆଖି ଦେଖାଇଲେ ଡାଇରେକ୍ଟ ଆଟାକ୍ । କାରଣ ଗଣତନ୍ତ୍ର ଦିବସରେ ଅସଲ ପରାକ୍ରମ ଦେଖାଇବ ମାରାତ୍ମକ ଫାଇଟର ଜେଟ୍ ରାଫେଲ । ସାଧାରଣତନ୍ତ୍ର ଦିବସରେ ହେବ ସାମିଲ । ପ୍ରଥମ ଥର ପାଇଁ ଏହି ମହାନ ଦିନରେ ଆକାଶର ଛାତିଚିରି ରାଫେଲ ଉଡାଇବେ ଭାରତର ମହିଳା ପାଇଲଟ । ଏଣିକି ନାଲି ଆଖି ଦେଖାଇଲେ ଡାଇରେକ୍ଟ ଆଟାକ୍ । ସୀମା ବିବାଦ ହେଉ କି ଆତଙ୍କବାଦନାଁରେ ଭାରତକୁ ଧମକ ବର୍ତ୍ତିବାର ପ୍ରଶ୍ନ ଉଠୁନି । ଶତ୍ରୁ ପାଇଁ ଏ ମାରାତ୍ମକ ବିମାନ ହେବ କାଳ ।

ଭାରତର ତମାମ୍ ଯୁଦ୍ଧ ବିମାନ ସାଧାରଣତନ୍ତ୍ର ଦିବସରେ ହେବେ ସାମିଲ । ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସରେ ସାମିଲ ହେବ ଫାଇଟର ଜେଟ୍ ରାଫେଲ । ଯାହାର ନାଁ ଶୁଣିଲେ ଶତ୍ରୁ ମନରେ ସୃଷ୍ଟି ହୁଏ ଭୟ । ଖେଳିଯାଏ ଆତଙ୍କ । ଲୋମ ଟାଙ୍ଗୁରି ଉଠେ । ଜାତୀୟ ରାଜଧାନୀର ମୁଖ୍ୟରାସ୍ତାରେ ଗର୍ଜିବ ରାଫେଲ । ପ୍ରଥମେ ଶତ୍ରୁଙ୍କୁ ଦେଖାଇଥିଲା ଝଲକ । ହେଲେ ଗଣତନ୍ତ୍ର ଦିବସରେ ଅସଲ ପରାକ୍ରମ ଦେଖାଇବ ଫରାସୀ ଲଢୁଆ ଯୁଦ୍ଧ ବିମାନ ରାଫେଲ । ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ରାଫେଲ ସାମିଲ ହେଉଥିବା ବେଳେ ପ୍ରଥମ ଥର ଉଡାଇବେ ମହିଳା ପାଇଲଟ । ଯାହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା