Masthead

ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍କୁଲ ସଫାକଲେ ପ୍ରଧାନ ଶିକ୍ଷୟିତ୍ରୀ

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଯୋରନ୍ଦା ନୋଡାଲ ଉପ୍ରା ବିଦ୍ୟାଳୟରେ ଛୋଟ ଛୋଟ ବାଳିକାମାନଙ୍କ ହାତରେ ଝାଡୁ ଧରାଇ ସ୍କୁଲ ପରିସରକୁ ସଫା କରାଇଲେ । ଯାହାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ସ୍କୁଲ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ତୁ ତୁ ମେଁ ମେଁ ଭିତରେ ବଳି ପଡୁଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଶୁକ୍ରବାର ଏଥି ନିମନ୍ତେ ସ୍କୁଲ ପରିସରରେ ଏକ ବୈଠକର ଆୟୋଜନ କରାଯାଇଥିଲାା କିନ୍ତୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ବେହେରା ବିଭିନ୍ନ ବାହାନା ଦେଖାଇ ବୈଠକକୁ ଆସିନଥିଲୋ ଯେଉଁଥିପାଇଁ ବୈଠକକୁ ବାତିଲ କରାଯାଇଥିଲା ।

ବୈଠକ ବାତିଲ ପରେ ସ୍କୁଲର ସଫେଇ କର୍ମଚାରୀ ଆଉ କାର୍ଯ୍ୟକୁ ନଆସିବାରୁ ସ୍କୁଲ ପରିସର ଅପରିଷ୍କାର ରହିଥିଲା । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଫେଇ କରିଥିଲେ । ସ୍କୁଲର ଶିକ୍ଷୟିତ୍ରୀମାନେ ବାରଣ୍ଡାରେ ଛିଡା ହୋଇ ପିଲାମାନଙ୍କ ଦ୍ୱାରା ସଫେଇ କରାଇବା ସହିତ ନିଜେ ଛିଡା ହୋଇ ଏହାର ତଦାରଖ କରୁଥିଲେ । ଏ ସମ୍ପର୍କରେ ଆମେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ । ସେ ଖୁବ ସୁନ୍ଦର ଭାବରେ କଥାକୁ ଏଡାଇ ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ