Masthead

ଦ୍ୱିତୀୟ ବିବାହ ପଡିଲା ମହଙ୍ଗା

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ): ପ୍ରଥମ ପତ୍ନୀଙ୍କୁ ଲୁଚି କରିଥିଲେ ଦ୍ୱିତୀୟ ବିବାହ । ତେବେ ଏହି ଘଟଣାରେ ଜଣେ ଯୁବକଙ୍କୁ ଛତ୍ରପୁରରୁ ଉଠାଇ ନେଇଛି ଭଦ୍ରକ ପୋଲିସ । ଯୁବକଙ୍କ ନାଁ ପିନା ସାମଲ । ତାଙ୍କୁ ଛତ୍ରପୁର ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ ତାଙ୍କୁ ଧରିବା ବେଳେ ପୋଲିସକୁ ନାହିଁ ନ ଥିବା ହଇରାଣ ହେବାକୁ ପଡିଥିଲା । ରାତି ସାରା ପୋଲିସ ତାଙ୍କ ଘର ବାହାରେ ଜଗି ରହିଥିଲା । ଖବର ଅନୁଯାୟୀ, ପିନା ୨୦୧୫ରେ ଭଦ୍ରକରେ ଜ୍ୟୋତ୍ସ୍ନାରାଣୀ ସାମଲଙ୍କୁ ବିବାହ କରିଥିଲେ । ପରେ ପୁଣି ସେ ଛତ୍ରପୁରରେ ଆଉ ଜଣଙ୍କୁ ବାହା ହୋଇଥିଲେ । ଦ୍ୱିତୀୟ ବିବାହ କରିବା ପରେ ଭଦ୍ରକରେ ରହୁଥିବା ପ୍ରଥମ ପତ୍ନୀ ଓ ପରିବାର ଲୋକଙ୍କ ସହିତ ଆଉ ଯେଗାଯୋଗ କରୁନଥିଲେ ।

ପିନାଙ୍କ ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ ଭଦ୍ରକ ପୋଲିସ ତାଙ୍କୁ ଖୋଜାଖୋଜି କରି ଶେଷରେ ଛତ୍ରପୁରରେ ପହଞ୍ଚିଥିଲା । ପୋଲିସ ପିନା ରହୁଥିବା ଘରେ ରାତି ୧୨ଟାରେ ପହଞ୍ଚିଥିଲେ । କିନ୍ତୁ ପିନା କବାଟ ଖୋଲିନଥିଲା । ଫଳରେ ରାତିସାରା ବହୁ ବୁଝାସୁଝା କରିବା ପରେ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସେ କବାଟ ଫିଟାଇଥିଲେ । ତେବେ ଏହା ପରେ ତାଙ୍କୁ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ପୋଲିସ ଛତ୍ରପୁର ଥାନାକୁ ନେଇ ଯାଇଥିଲା । ସେଠାରେ ସେମାନଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍ 🔴 ରଥଯାତ୍ରାକୁ ଆସିବେ ମୋଦି! 🔴 ବଢ଼ୁଛି କୋଭିଡ୍, ୧ହଜାରରୁ ଉର୍ଦ୍ଧ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍ 🔴 ରଥଯାତ୍ରାକୁ ଆସିବେ ମୋଦି! 🔴 ବଢ଼ୁଛି କୋଭିଡ୍, ୧ହଜାରରୁ ଉର୍ଦ୍ଧ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା