Masthead

ସିରିଜ ହାତେଇଲା ବିରାଟ ବାହିନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିରିଜ ହାତେଇଲା ବିରାଟ ବାହିନୀ । ଘରୋଇ ମାଟିରେ ଟିମ ଇଣ୍ଡିଆ ଦେଖାଇଛି ଦମ । ୩-୧ରେ ସରିଛି ଇଂଲଣ୍ଡ-ଇଣ୍ଡିଆ ଟେଷ୍ଟ ସିରିଜ । ଟିମ ଇଣ୍ଡିଆର ଏହି ବିଜୟ ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିଆନସିପର ଫାଇନାଲରେ ପହଞ୍ଚିଛି ଭାରତ । ଏକ ଇନିଂସ ୨୫ ରନରେ ହାରିଛି ଭ୍ରମଣକାରୀ ଇଂଲଣ୍ଡ ଟିମ । ୪ର୍ଥ ଟେଷ୍ଟରେ ପୁଣି ଦେଖିବାକୁ ମିଳିଥିଲା ‘ଇଣ୍ଡିଆ କୋ’ ବୋଲିଂର କମାଲ । ସ୍ପିନର ଯାଦୁରେ ଘାଇଲା ଭ୍ରମଣକାରୀ ଇଂଲଣ୍ଡ ଟିମ । ୪ର୍ଥ ଟେଷ୍ଟର ଦ୍ୱିତୀୟ ପାଳିରେ ବି ଇଂଲଣ୍ଡ ବ୍ୟାଟିଂର ଘଟିଛି ବିପର୍ଯ୍ୟୟ । ଖେଳ ଆରମ୍ଭର କିଛି ସମୟ ମଧ୍ୟରେ ଦଳ ହରାଇଥିଲା ୪ ୱିକେଟ । ମାତ୍ର କିଛି ସମୟ ପରେ ପୁଣି ପଡିଥିଲା ଆଉ ୨ ୱିକେଟ । ଅପରାହ୍ନ ୩ଟା ସୁଦ୍ଧା ଇଂଲଣ୍ଡ ୧୦୯ ରନ କରିଥିଲା । ତୃତୀୟ ଟେଷ୍ଟ ଜିତିଥିଲା ଭାରତ ।

ଖେଳର ତୃତୀୟ ଦିନରେ ସରିଛି ୪ର୍ଥ ଟେଷ୍ଟ । ଗତକାଲି ଟିମଇଣ୍ଡିଆ ୭ ୱିକେଟ ହରାଇ କରିଥିଲା ୨୯୪ ରନ । ଆଜି ଆଉ ମାତ୍ର ୭୧ ରନ ଯୋଗ କରିପାରିଥିଲା ବିରାଟ ବାହିନୀ । ଫଳରେ ଭାରତର ପ୍ରଥମପାଳି ଖେଳ ୩୬୫ ରନରେ ଶେଷ ହୋଇଥିଲା । ଇଂଲଣ୍ଡର ପ୍ରଥମପାଳି ଠାରୁ ୧୬୦ ରନରେ ଅଗ୍ରଣୀ ରହିଛି ବିରାଟ ବାହିନୀ । ଅନ୍ୟପଟେ ପ୍ରଥମ ପାଳିରେ ଇଂଲଣ୍ଡ ୨୦୫ ରନରେ ହୋଇଥିଲା ଅଲଆଉଟ । ପ୍ରଥମ ପାଳିରେ ଭାରତ ପକ୍ଷରୁ ଋଷଭ ପନ୍ତ ୧୦୧ ରନର ଶତକୀୟ ପାରି ଖେଳିଛନ୍ତି । ୱିଶିଂଟନ ସୁନ୍ଦର ଶତକରୁ ହୋଇଛନ୍ତି ବଂଚିତ । ୯୬ ରନ କରି ହୋଇଥିଲେ ଆଉଟ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି