Before Header

ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

0 531

 

ବାରିପଦା (ବଡ଼ ଖବର ବ୍ୟୁରୋ):  ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ଦୀର୍ଘ ଏକ ମାସ ଧରି ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବା ପରେ ଆଜି ଠାରୁ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି । ଗତକାଲି ଶିମିଳିପାଳ ବନାଞ୍ଚଳର ତିନି ପଞ୍ଚାୟତ ଗୁଡୁଗୁଡ଼ିଆ, ଅସ୍ତକୁଅଁର,ବରେହିପାଣି ପଞ୍ଚାୟତବାସୀ ଓ ପ୍ରଶାସନ ମଧ୍ୟରେ ବୈଠକରେ ହୋଇଛି ନିଷ୍ପତ୍ତି । ଚାରି ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଶିମିଳିପାଳ ବିକାଶ ପରିଷଦ । ବିଭିନ୍ନ ଦାବି ନେଇ ଯଶିପୁର ଠାରେ ଶିମିଳିପାଳ ପ୍ରବେଶ ପଥକୁ ଦୀର୍ଘ ଏକ ମାସ ଧରି ବନ୍ଦ କରିଥିଲେ । ତେବେ ଆଜି ଠାରୁ ପର୍ଯ୍ୟଟକମାନେ ପୁଣି ଥରେ ଶିମିଳିପାଳ ବୁଲିବାର ମଜା ନେଇ ପାରିବେ ।

Leave A Reply

Your email address will not be published.