Masthead

ରକ୍ତ ସର୍ମ୍ପକରେ ଛିଟା, ମାଆକୁ ହାଣିଲା ପୁଅ

ପାରାଦୀପ (ବଡ଼ ଖବର ବ୍ୟୁରୋ): ରକ୍ତ ସର୍ମ୍ପକରେ ଛିଟା । ଯାହାଠୁ ଜନ୍ମ ନେଲା ତାକୁ ହାଣିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ । ମୃତକ ହେଲେ ସୁଲୋଚନା ଦେଇ । ସୁଲୋଚନାଙ୍କୁ ତାଙ୍କ ସାନପୁଅ ଅଂଶୁମାନ ବେହେରା ହତ୍ୟା କରିଥିବା ଜଣାପଡିଛି । ପୋଲିସ ଅଂଶୁମାନ କୁ ଗିରଫ କରିଥିବାବେଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଗତକାଲି ସୁଲୋଚନାଙ୍କର ମା ଙ୍କର ଶ୍ରାଦ୍ଧ ଥିଲା ।

ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଯାଇଥିବା ବେଳେ ଆଜି ଭୋର ସକାଳୁ ଏଭଳି ଘଟଣା ଦେଖିବାକୁ ମିଳିଛି । ମାଆ ସୁଲୋଚନା ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ୟ୍ୟ କରୁଥିଲେ । ସକାଳୁ ସୁଲୋଚନା ଦାଣ୍ଡ ପିଣ୍ଡାରେ ମୁଣ୍ଡ କୁଣ୍ଡାଉଥିବାବେଳେ ଅଂଶୁମାନ ଏକ କଟୁରୀରେ ମାଆଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ମା ସୁଲୋଚନା ଙ୍କର ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା