Masthead

ପାକିସ୍ତାନ ବିରୋଧୀ ରାଲିରେ ଆଖିବୁଜା ଗୁଳିଚଳାଇଲା ତାଲିବାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି ତାଲିବାନର କ୍ରୁରତା । କାବୁଲରେ ପାକିସ୍ତାନ ବିରୋଧରେ ହେଉଥିବା ରାଲିରେ ଆଖିବୁଜା ଗୁଳିଚଳାଇଛି ତାଲିବାନ । ତେବେ ଆଫଗାନିସ୍ତାନ କାର୍ଯ୍ୟରେ ପାକିସ୍ତାନ ବାରମ୍ବାର ହସ୍ତକ୍ଷେପ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ରାଲିରେ ବହୁସଂଖ୍ୟକ ମହିଳା ସାମିଲ ହୋଇଥିଲେ । ଏହି ରାଲିଟିକୁ ସେମାନେ ରାଷ୍ଟ୍ରପତି ବାସଭବନ ପାଖରେ ଥିବା ସେରେନା ହୋଟେଲ ନିକଟରେ କରୁଥିଲେ ।

କାରଣ ଗତ ସପ୍ତାହେ ଧରି ଆଇଏସଆଇ ମୁଖ୍ୟ ଏହି ହୋଟେଲରେ ରହିଆସୁଛନ୍ତି । ତେବେ ଏହି ଗୁଳିମାଡ଼ରେ କେତେଜଣ ମୃତାହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏହି ରାଲିରେ ପାଖାପାଖି ୭୦୦ରୁ ଅଧିକ ଲୋକ ସାମିଲ ଥିଲେ । ଅପରପକ୍ଷରେ ଆଫଗାନିସ୍ତାନର ଅନେକ ଅଞ୍ଚଳରେ ପୂର୍ବରୁ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ହେଲେ ପ୍ରଥମଥର ପାଇଁ ଆଫଗାନିସ୍ତାନର ରାଜଧାନୀ କାବୁଲ ଠାରେ ପାକ ବିରୋଧୀ ନାରା ଶୁଣିବାକୁ ମିଳିଥିଲା । କେବଳ ଏତିକି ନୁହେଁ ବରଂ ଗତକାଲି ଇରାନ ମଧ୍ୟ ପଞ୍ଜଶିରରେ ପାକିସ୍ତାନୀ ବାୟୁସେନା ଆକ୍ରମଣକୁ ବିରୋଧ କରିଥିଲା ଏବଂ ଆଫଗାନିସ୍ତାନରେ ବାହ୍ୟ ଦେଶର ହସ୍ତକ୍ଷେପକୁ ନିନ୍ଦା କରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ