Masthead

ଚୋରି ଧୀରେ ଧୀରେ ସାମ୍ନାକୁ ଆସୁଛି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ‘ଡିଏନ’ ଗ୍ରୁପ ରେଡ଼ ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । କହିଛନ୍ତି ଓଡ଼ିଶାରେ ଏଭିଳି ଗୁଡାଏ ସଂସ୍ଥାକୁ ଏ ଭିତରେ ରେଡ ହୋଇଛି। ରେଡ ଯେଉଁଠି ହୋଇଛି ସେଠାରେ ଅପ୍ରାକୃତିକ ଭାବରେ ଆଶଙ୍କା ଠାରୁ ଅଧିକ ମାତ୍ରାରେ କଳା ଟଙ୍କା ବାହାରିଛି। ଖାଲି ସେତିକି ନୁହେଁ ନକଲି ନୋଟ ବି ଜବତ ହେଇଛି। ତାର ବି ତଦନ୍ତ ହେବା ଆବଶ୍ୟକ। ସବୁଠାରୁ ବଡ଼ କଥା ହେଲା ଏ ଟଙ୍କା କାହାର। କିଏ ମହଜୁଦ ରଖିଛି। ତା ଉପରେ ତର୍ଜମା ହେବାର ଆବଶ୍ୟକତା ରହିଛି।

ଅତୀତରେ ମଧ୍ୟ ଯେଉଁଠି ଆଇଟି ଓ ଇଡି ରେଡ କରିଛି ସବୁ ଗୁଡିକରେ ଶାସକ ଦଳର ସମ୍ପୃକ୍ତି ସିଧାସଳଖ ଭାବେ ନ ହେଲେ ମଧ୍ୟ ପରୋକ୍ଷ ଭାବରେ ରହିଛି। ଆଜି ବି ଯାହା ସାଧାରଣରେ ଚର୍ଚ୍ଚା ହେଉଛି ଶାସକ ଦଳର ବଡ଼ ମାତ୍ରାର କଳା ଟଙ୍କା ସେହି ଜାଗାରେ ବିନିଯୋଗ ହୋଇଥିଲା। ଓଡ଼ିଶା ପ୍ରଦେଶ ଲୋକଙ୍କୁ ଦୀର୍ଘ ଦିନ ଧରି ଆଖିରେ ଅନ୍ଧ ପୁଟଳି ବାନ୍ଧି ଚୋରି ଚାଲିଥିଲା। ସେ ଚୋରି ଧୀରେ ଧୀରେ ସାମ୍ନାକୁ ଆସୁଛି। ଏହାର ଅଧିକ ତଦନ୍ତ ପରେ ସତ ସାମ୍ନାକୁ ଆସିବ। ଲୋକ ଯାହା ଆଶଙ୍କା କରୁଛନ୍ତି ଏ ପଇସା ଶାସକ ଦଳର ଗଛିତ ଟଙ୍କା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ