Masthead

କାବୁଲରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଆମେରିକା

(ବଡ଼ ଖବର ବ୍ୟୁରୋ): କାବୁଲରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରିଛି ଆମେରିକା । ୨୪ ଘଣ୍ଟାରେ କାବୁଲରୁ ୪ହଜାର ୨୦୦ଶହ ଲୋକଙ୍କୁ ସ୍ଥାନାନ୍ତର କରିଛି ଆମେରିକା । ୧୪ ତାରିଖରୁ ଆଜି ପର୍ଯ୍ୟନ୍ତ ୧ଲକ୍ଷ ୯ହଜାର ୨ଶହ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ସବୁ ଆମେରିକୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ।

ତେବେ କାବୁଲ ଏୟାରପୋର୍ଟ ବ୍ଲାଷ୍ଟରେ ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ଏହି ଘଟଣାରେ ସାରା ବିଶ୍ବ ଚହଲି ଯାଇଛି । ଆତ୍ମଘାତୀ ହମଲା କରିଥିବା ଆତଙ୍କୀର ଫଟୋ ଜାରି କରିଛି। ମୃତକଙ୍କ ଭିତରେ ଅଛନ୍ତି ୧୩ ଆମେରିକୀୟ କମାଣ୍ଡୋ। ପ୍ରାଣ ହରାଇଥିବା ୯୫ ଆଫଗାନୀଙ୍କ ଭିତରେ ଅଛନ୍ତି ୨୮ଜଣ ତାଲିବାନ ଆତଙ୍କୀ।

ଏହି ତାଲିବାନ ଆତଙ୍କୀମାନେ ବିମାନବନ୍ଦର ବାହାରେ ଜଗିଥିଲେ। ବିସ୍ଫୋରଣରେ ଅଧିକାଂଶ ମହିଳା ଏବଂ ଶିଶୁ ପ୍ରାଣ ହରାଇଥିବା ଜଣାପଡିଛି। ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଆତଙ୍କୀ ସଂଗଠନ ଖୁରାସାନ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ