Masthead

ବନ୍ଧୁତ୍ୱର ପରିଚୟ ଦେଲା ଆମେରିକା, ପଠାଇଲା ଅକ୍ସିଜେନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାକୁ ନେଇ ଭାରତରେ ସୃଷ୍ଟି ହୋଇଥିବା ପରିସ୍ଥିତି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ବିଚଳିତ କରିଛି । ଭାରତର ସଙ୍କଟ ସମୟରେ ଆମେରିକା ସହଯୋଗର ହାତ ବଢାଇବାକୁ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ବାଇଡେନ୍ ଘୋଷଣା କରିଛନ୍ତି । ଭାରତକୁ ସହାୟତା କରିବା ପାଇଁ ଆମେରିକା ପ୍ରତିଶ୍ରୁତିବନ୍ଧ ବୋଲି ବାଇଡେନ୍ ସ୍ପଷ୍ଟ କରିଛନ୍ତି । ଟ୍ୱିଟରରେ ହ୍ୱାଇଟହାଉସ୍ ପକ୍ଷରୁ କୁହାଯାଇଛି, ୨୦୨୧ରେ ଆମେରିକା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଙ୍କଟଜନକ ସ୍ଥିତିର ସମ୍ମୁଖୀନ ହୋଇଥିଲା ।

ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧ କ୍ରମେ ଭାରତ ସରକାର ୫୦ନିୟୁତ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଟାବଲେଟ୍ ପଠାଇଥିଲା । ଆମେରିକାର ସଙ୍କଟ ସମୟରେ ଭାରତ ସହଯୋଗର ହାତ ବଢାଇ ପ୍ରକୃତ ବନ୍ଧୁର ପରିଚୟ ଦେଇଥିଲା । ଭାରତକୁ ସହଯୋଗ କରିବାର ବର୍ତ୍ତମାନ ସମୟ ଆସିଛି ବୋଲି ବାଇଡେନ୍ କହିଛନ୍ତି ।

ବାଇଡେନ୍ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସୋମବାର ୫ଶହ ଟନ୍ ଅକ୍ସିଜେନ୍ ୩୦୦ କଣ୍ଟେନରେ ଭର୍ତ୍ତି କରି ଆମେରିକା ଭାରତକୁ ପଠାଇଛି । ଇଣ୍ଡିଆନ୍ ଏୟାର ଲାଇନ୍ସର ଏ-୧୨୦ ବିମାନ ସୋମବାର ଭାରତ ଅଭିମୁଖେ ଉଡାଣ ଭରିଛି । ଆମେରିକାର ଜନ୍ ଏଫ୍ କେନେଡି ବିମାନବନ୍ଦରରୁ ଭାରତ ଅଭିମୁଖେ ଉଡାଣ ଭରିଛି ଅକ୍ସିଜେନ୍ ବୋଝେଇ ବିମାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ