Masthead

ପ୍ରଶାସନିକ ଅଫିସରଙ୍କ ଥଇଥାନ କେନ୍ଦ୍ର ପାଲଟିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୧ଵର୍ଷ ହେଲା ଗଠନ ହେଲାଣି ପଶ୍ଚିମ ଓଡିଶା ବିକାଶ ପରିଷଦ। କିନ୍ତୁ କିଛି ଭିଜନ ନାହିଁ। ଅର୍ଥ କେବଳ ରାସ୍ତା କାମ ପାଇଁ ଦିଆଯାଇଛି। ରାସ୍ତା ତିଆରି ହେଉଛି,ୟୁସି ବି ଦିଆଯାଇଛି। କିନ୍ତୁ ରାସ୍ତା ହଜିଯାଉଛି। ଖୋଜିଲେ ପ୍ରୋଜେକ୍ଟ ମିଳୁନାହିଁ। ଭୁତ ରାସ୍ତା ତିଆରି କରୁଛି। ପଶ୍ଚିମ ଓଡିଶା ବିକାଶ ପରିଷଦ ପାଲଟିଛି କର୍ମୀଙ୍କ ଥଇଥାନ କେନ୍ଦ୍ର। ଏବେ ଏହା ପାଦେ ଆଗକୁ ଯାଇଛି। ପ୍ରଶାସନିକ ଅଫିସରଙ୍କ ଥଇଥାନ କେନ୍ଦ୍ର ପାଲଟିଛି।

ଦାଦନଙ୍କ ପାଇଁ ଗୋଟିଏ ବି ଯୋଜନା ନାହିଁ। କୋଭିଡ ମହାମାରୀ ସମୟରେ ଦାଦନ ଖଟିବାକୁ ଲୋକ ଗଲେଣି । ଗାଁ ଖାଲି। ଗୋଟିଏ ବି ସ୍କୁଲ ଘର ହୋଇନାହିଁ। ପଶ୍ଚିମ ଓଡ଼ିଶାକୁ ଦୟା କରୁନାହାନ୍ତି। ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ୧୦୦୦ କୋଟି ଦାବିକଲେ ୨୦୦ କୋଟି ମିଳୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ଅନୁନ୍ନତ ବ୍ଲକକୁ ଟଙ୍କା ନାହିଁ କିନ୍ତୁ ବିଜେଡି ବିଧାୟକ ଥିବା ଉନ୍ନତ ବ୍ଲକକୁ ଅନୁଦାନ ଦିଆଯାଇଛି ବୋଲି କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ। ପଶ୍ଚିମ ଓଡିଶାର ସବୁଠୁ ଅନୁନ୍ନତ ଜିଲ୍ଲା ହେଉଛି ଦେବଗଡ଼।

ସ୍ବତନ୍ତ୍ର ପ୍ୟାକେଜ ଦେବାକୁ ଦାବି କଲେ ଦେବଗଡ଼ ବିଧାୟକ। ବିଭାଗୀୟ ମନ୍ତ୍ରୀ କହିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ଠାରୁ ୧୬୪୨.୫୨ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ୨୦୦୮-୦୯ରେ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କା ଅନୁଦାନ ଥିବା ବେଳେ ଏବେ ୨୦୦କୋଟି ଟଙ୍କା ଅନୁଦାନ ଦିଆଯାଇଛି ।ଖୁବଶୀଘ୍ର ପରିଷଦ ଗଠନ ହେବ। ଖାଲିଥିବା ସଭ୍ୟ ପଦ ଗୁଡ଼ିକ ଖୁବ ଶୀଘ୍ର ପୂରଣ ହେବ । ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ଖୋଲିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆସିପାରୁନଥିବାରୁ ଅଫିସ ଖୋଲିପାରୁନି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ