Masthead

ମହିଳା ଆଙ୍କରଙ୍କୁ ଉଠାଇ ନ୍ୟୁଜ ପଢିଲେ ଆତଙ୍କୀ

(ବଡ଼ ଖବର ବ୍ୟୁରୋ): ତାଲିବାନ କବଳରେ ଆଫଗାନିସ୍ତାନ ମିଡିଆ । ନିଜ ନିୟନ୍ତ୍ରଣରେ ରଖିଛନ୍ତି ତାଲିବାନ ଆତଙ୍କବାଦୀ । ମିଡିଆ ଜଗତରେ କାର୍ଯ୍ୟ କରୁଥୁବା ମହିଳାମାନଙ୍କୁ ବାରଣ କରୁଛନ୍ତି ଆତଙ୍କୀ । ତାଲିବାନ ସବୁ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି । ମହିଳାଙ୍କୁ ସମ୍ମାନ ଦେବାକୁ ପ୍ରତିଶୃତି ଦେଇଥିବା ତାଲିବାନ ମହିଳାଙ୍କୁ ଆଦୌ ସହ୍ୟ କରିପାରୁନାହିଁ । ମହିଳା ସାମ୍ବାଦିକମାନଙ୍କୁ କାମ ବନ୍ଦ କରିବା ପାଇଁ ଧମକ ଦେଇଛି ତାଲିବାନ । ମହିଳା ସାମ୍ବାଦିକମାନେ ଭୟରେ ଥରହର ।

ମହିଳା କର୍ମଚାରୀମାନେ ଆଉ ଅଫିସ ଯାଉନାହାନ୍ତି । ରାଷ୍ଟ୍ରାୟତ୍ତ ଟିଭି ଆରଟିଏରେ କାମ କରୁଥିବା ଆଙ୍କର ସବନମ୍ ଦରୱାନ କହିଛନ୍ତି ତାଙ୍କୁ ଅଫିସ ନଯିବା ପାଇଁ ଆତଙ୍କୀମାନେ ଧମକ ଦେଇଛନ୍ତି । ବହୁ ଟିଭି ଚ୍ୟାନେଲର ମହିଳା ଆଙ୍କରମାନେ ଅନଲାଇନରେ ନ୍ୟୁଜ ପଢୁଥିବା ବେଳେ ତାଲିବାନ ଆତଙ୍କବାଦୀମାନେ ଗନ ପଏଣ୍ଟରେ ସେମାନଙ୍କୁ ଷ୍ଟୁଡିଓରୁ ବାହାର କରିଦେଇଥିଲେ ।

ପରେ ଏହି ଆତଙ୍କୀମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ନ୍ୟୁଜ ପଢିଥିଲେ । ମିଡିଆକୁ ତାଲିବାନ ଆତଙ୍କବାଦୀମାନେ ନିଜ କବଜାକୁ ନେଇଥିବାରୁ ସମ୍ବାଦ ପରିବେଷଣରେ ନିରପେକ୍ଷତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କ ବର୍ବରତା ଯେପରି ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ନହେବ ସେଥିପାଇଁ ତାଗିଦ କରୁଛି ତାଲିବାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି