Masthead

ଖାଇଗଲେ କୁନି ଛୁଆଙ୍କ ଖାଦ୍ୟ

ଚାନ୍ଦବାଲି, (ବଡ଼ ଖବର ବ୍ୟୁରୋ): ଅପପୃଷ୍ଟି ରୋକିବାକୁ ସରକାରୀ ସ୍ତରରେ ଚାଲିଛି ଜୋରଦାର ଉଦ୍ୟମ । ଅଙ୍ଗନୱାଡ଼ି ମାଧ୍ୟମରେ ସରକାର ଯୋଗାଇ ଦେଉଛନ୍ତି ଖାଦ୍ୟ, ଖେଳନା ପ୍ରଭୃତି ଅନେକ କିଛି । ଏ ବାବଦରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କାର୍ଯ୍ୟକ୍ରମ ସୁପରିଚାଳନା ଦାୟିତ୍ୱରେ ଅଛନ୍ତି ସରକାରୀ ବାବୁ । ସେମାନେ ରାଜକୋଷରୁ ପାଉଛନ୍ତି ମୋଟା ଅଙ୍କର ଦରମା । ତଥାପି ସେମାନଙ୍କ ପେଟ ପୂରିଲାନି ଯେ କୁନି କୁନି ପିଲାଙ୍କ ଖାଦ୍ୟ ଖାଇଦେଉଥିବା ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଲକ ଛତ୍ରପଦା ଗ୍ରାମରୁ ।

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଛତ୍ରପଦା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରକୁ ସରକାରଙ୍କ ତରଫରୁ ଆସୁଥିବା ଖାଦ୍ୟ ସାମଗ୍ରୀ ବଣ୍ଟନରେ ଅନିୟମିତତା ହେଉଥିବା ବାରମ୍ବାର ଗାଁ ଲୋକେ ଅଭିଯୋଗ କରିଆସୁଥିଲେ । ସେମାନେ ସୁପରଭାଇଜର ଓ ସିଡିପିଓଙ୍କୁ ଜଣାଇଥିଲେ । ମାତ୍ର କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସିଡିପିଓ ଅଫିସ ଆଗରେ ଧାରଣାରେ ବସିଲେ ଗ୍ରାମବାସୀ। ସରକାରୀ ନିୟମ ଅନୁସାରେ ପିଲାମାନଙ୍କ ପାଇଁ ଯାହା ଖାଦ୍ୟ ସାମଗ୍ରୀର ଆସୁଛି, ସୂଚାରୁ ରୂପେ ଦିଆଯାଉଛି । ଏଥିରେ କୌଣସି ଅନିୟମିତତା ହେଉନାହିଁ । ଲୋକମାନେ ମିଛ ଅଭିଯୋଗ କରୁଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି ଅଙ୍ଗନବାଡ଼ି କର୍ମୀ ଯଶୋଦା ମଲ୍ଲିକ । ସିଡିପିଓ ଅନୁପସ୍ଥିତ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ